Webportal

ଅନୁଗୁଳ ରାଜରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0 215

ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଠାରେ ଦୁର୍ଘଟଣା ରେ ଜଣେ ମୃତ। ମୃତକ ଜଣ ଙ୍କ  ଟାପଢୋଲ ଅଞ୍ଚଳର ବିଷ୍ଟୁ ଚରଣ ପ୍ରଧାନ ବୋଲି ଜଣା ପଡିଛି। ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ଟାପଢୋଲ ଅଞ୍ଚଳରେ ରହୁଥିବା ବିଷ୍ଟୁ ଚରଣ ପ୍ରଧାନ ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ରାଜ ହୋଟେଲ ଛକ ଠାରେ ଏକ ଗ୍ୟାରେଜ୍ ରେ କାମ କରନ୍ତି। ପ୍ରତ୍ୟକ ଦିନ ଟାପଢୋଲ ଅଞ୍ଚଳକୁ ବାଇକ (OR 06 F 1750) ଯୋଗେ ଯିବା ଆସିବା କରନ୍ତି। ଆଜି ବି ସନ୍ଧ୍ୟା ସମୟରେ କାମ ସାରି ଘର କୁ ଯିବା ପାଇଁ ବାହାରି ଥିଲେ। ଘର କୁ ଯାଉଥିବା ବେଳେ ପଞ୍ଚମହଲା ଛକ ଠାରେ ଏକ କଣ୍ଟେନର ଟ୍ରକ୍ (GJ 06 AZ 1998) ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବିଷ୍ଟୁ ଙ୍କର ଜୀବନ ଚାଲି ଯାଇଥିଲା। ଖବର ପାଇ ସଦର ପୋଲିସ ପହଁଚି ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ତଦନ୍ତ ଆରମ୍ଭ କରିଛି। କଣ୍ଟେନର ଟ୍ରକ୍ ଟି ଧକ୍କା ଦେଇ ପଳାଉଥିବା ବେଳେ ପୋଲିସ ଧରିବାରେ ସଫଳ ହୋଇଛି।

Leave A Reply

Your email address will not be published.