Webportal

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

0 284

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର। ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ସ୍ଥିତ ହୋମ୍ ଗାର୍ଡ ଅଫିସ ନିକଟରେ ଥିବା ଏକ ପଡିଆ ରୁ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଆଜି ସକାଳ ସମୟରେ ପଡିଆ କୁ କିଛି ମହିଳା ମାନେ ଶୌଚ ହେବାକୁ ଯାଉଥିବା ବେଳେ ଜଣେ ମହିଳା ପଡି ଥିବା ଆସି ସମସ୍ତଙ୍କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ଟାଉନ୍ ଥାନା କୁ ଖବର ମଧ୍ୟ ଦେଇଥିଲେ। ପୋଲିସ ଆସି ମହିଳା ଙ୍କୁ ଯାଞ୍ଚ କରିବା ପରେ ମହିଳା ଙ୍କର ମୃତ୍ୟୁ ହୋଇ ସାରିଥିବା ଜାଣିବାକୁ ଯାଇଥିଲେ। ମୃତକ ଜଣ ଙ୍କ ପରିଚୟ ବିଲେଇ ଗୋଚ୍ଛାୟତ ବୋଲି ଜଣା ପଡିଛି। ଏ ପଟେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.