Webportal

ରକ୍ତ ଦାନ ଶିବିର : ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

0 164

ରକ୍ତ ଦାନ ଶିବିର କୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅନୁଗୁଳ ସହରର ଶିମିଳିପଡ଼ା ଠାରେ ସୋମବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ,  ଶିମିଳିପଡ଼ା ଏସ ବି ଆଇ ରାସ୍ ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା, ଅନୂସୁଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ, ସାମାଜିକ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୌରପାଳିକା ଉପାଧ୍ୟକ୍ଷ ଅନୁପମା ସାହୁ, ଦୁଃଖବନ୍ଧୁ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ସମୁଦାୟ ୧୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Leave A Reply

Your email address will not be published.