Webportal

ପୌରପାଳିକା ନିର୍ବାଚନ ୨୦୨୨: ଅନୁଗୁଳରେ ବିଜେଡି ଓ ବିଜେଡି ମଧ୍ୟରେ ଲଢ଼େଇ ସମ୍ଭାବନା

0 228

ସମ୍ପ୍ରତି ରାଜ୍ୟରେ ପୌର ନିର୍ବାଚନ ତାରିଖ ଘୋଷଣା ହେଲାପରେ ସମସ୍ତ ଦଳ ଜିତିବା ପ୍ରାର୍ଥୀ ଖୋଜିବା ଓ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ଲବି ଆରମ୍ଭ କରିଦେଇଥିବା ସ୍ୱାଭାବିକ।

ଆମେ ଆଜି ରାଜ୍ୟର ଏକ ପ୍ରମୁଖ ପୌରପାଳିକା ଅନୁଗୁଳ ବିଷୟରେ ଆପଣଙ୍କୁ ଅବଗତ କରାଉଛୁ।ଏଠାରେ ବିଗତ ଅନେକ ନିର୍ବାଚନ ଗୁଡିକରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିଜ ଅକ୍ତିଆରରେ ରଖିବାରେ ସକ୍ଷମ ହେଇ ଆସୁଅଛି।

କିନ୍ତୁ ବର୍ତ୍ତମାନ ପ୍ରଥମଥର ପାଇଁ କାଉନସିଲର ମାନଙ୍କ ପରିବର୍ତ୍ତେ ଭୋଟର ମାନେ ସିଧାସଳଖ ନିର୍ବାଚିତ କରିବେ।ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ନିର୍ବାଚନୀ ଚଳନ କୁ ଦେଖିଲେ କୋୖଣସି ଦଳ ପାଇଁ ଉଭୟ ଲୋକପ୍ରିୟ ଓ ଆର୍ଥିକ ସ୍ୱଚ୍ଛଳ ପ୍ରାର୍ଥୀ ଜିତିବା ଆଶା ଅଧିକ, ଏବଂ ମୋଟା ଟଙ୍କା ଖର୍ଚ୍ଚ କରି ଜିତିବାକୁ ଆଶା ବାନ୍ଧିଥିବା ପ୍ରାର୍ଥୀ ମଧ୍ୟ ଶାସକ ଦଳ ତରଫରୁ ନିର୍ବାଚନ ଲଢ଼ି ଜିତିବାକୁ ଚିନ୍ତା କରିବା ସ୍ୱାଭାବିକ। ବାକି ପାଠକ ବନ୍ଧୁ ଆପଣମାନେ ବୁଝି ପାରୁଥିବେ।

ଆମ ସୂଚନା ଅନୁଯାୟୀ ଅନୁଗୁଳ ପୌରପାଳିକା ରେ ଗତଥର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଅକ୍ଷୟ ସାମନ୍ତ ବା ମୁନା ବାବୁ ଓ ବିଜେଡି ମଧ୍ୟରେ ଏକ ରକମ କଥାବାର୍ତ୍ତା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି, ତାହା ହେଲା ମୁନା ବାବୁ ବିଜେଡି ରେ ଯୋଗଦେଇ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ।ତାହା ଫୁଣି ଅନୁଗୁଳରେ ବିଜେଡି ରେ ଏକ ପ୍ରକାର ସୁପ୍ରିମୋ ଭାବେ ପରିଚିତ ବିଧାୟକ ରଜନୀକାନ୍ତ ସିଂହଙ୍କ ଅଗୋଚରରେ।ଏପଟେ ରଜନୀକାନ୍ତ ବାବୁ ଅନେକ ଦିନ ଧରି ଦଳ ପାଇଁ କାମ କରୁଥିବା କୌଣସି ଏକ ନେତାଙ୍କୁ ସୁଯୋଗ ଦେବାକୁ ନିଶ୍ଚୟ ଚାହୁଁଥିବେ, କିନ୍ତୁ ଅନ୍ୟପଟେ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ନେତାଙ୍କୁ ଲାଗୁଥିବ ବର୍ତ୍ତମାନ ପରିସ୍ଥିତିରେ ଦଳରେ କେହି ପୌର ଅଧ୍ୟକ୍ଷ ନିର୍ବାଚନ ଜିତିବା ଭଳି ନେତା ନାହାନ୍ତି।

ଏପରି ସ୍ଥିତିରେ ଠିକ ପ୍ରାର୍ଥୀପତ୍ର ଦାଖଲ ସମୟରେ ଅନ୍ୟ ଦଳରୁ ଆସି ଅଧ୍ୟକ୍ଷ ପରି ଆସନ ପାଇଁ ନିର୍ବାଚନ ଲଢ଼ିବାକୁ ହୁଏତ ଅନେକ ତୁଙ୍ଗ ନେତା ଏପରିକି ସ୍ୱୟଂ ବିଧାୟକ ନାପସନ୍ଦ କରିପାରନ୍ତି।ଯାହାକି ବିଜେଡି ପ୍ରାର୍ଥୀ ଓ ସେମାନଙ୍କ ମଧ୍ୟରେ ଲୁକ୍କାୟିତ ଲଡେଇରେ ପରିଣତ ହୋଇପାରେ।ଏହା ଫଳରେ ଯଦି ଅଧ୍ୟକ୍ଷ ଆସନ ଦଳ ଅଳଙ୍କୃତ ନ କରିପାରେ ତାହା ହେଲେ ବିଧାୟକଙ୍କ ଦବଦବା ପୂର୍ବପରି ବଜାୟ ରହିବ, କିନ୍ତୁ ଯଦି ମୁନା ବାବୁ ଜିତିଯାନ୍ତି ତେବେ ସେ ଆଗକୁ ବିଧାୟକ ଟିକଟର ପ୍ରମୁଖ ଦାବିଦାର ହୋଇ ପାରନ୍ତି।

Leave A Reply

Your email address will not be published.