Webportal

ସରକାର ମାନିଲେ ସରକାରୀ ସ୍କୁଲରେ ଆର୍ଥିକ ସ୍ୱଚ୍ଛଳତା ନ ଥିବା ପିଲା ପଢ଼ନ୍ତି :ସରକାରୀ ସ୍କୁଲ ଗୁଡିକର ମାନ ସୁଧାରିବା ନିହାତି ଜରୁରୀ

0 355

ସମ୍ପ୍ରତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ସରକାରୀ ସ୍କୁଲରେ ଶିକ୍ଷାଲାଭ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାରୀ ମେଡ଼ିକାଲ ଓ ଇଂଜିନିୟରିଂ କଲେଜରେ ୧୫% ଆରକ୍ଷଣ ପ୍ରସ୍ତାବ କୁ ବିଧାନସଭା ରେ ପାସ କରେଇଛନ୍ତି।

ଏହା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଅର୍ଥାଭାବ ଯୋଗୁଁ  କୋଚିଂ ଗ୍ରହଣ କରି ନ ପାରି ପିଲାମାନେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହେବାରେ ସକ୍ଷମ ହେଇ ପାରୁ ନାହାଁନ୍ତି। ତେଣୁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ଏହା ଆବଶ୍ୟକ ଥିଲା।

ଏହାର ସିଧାସଳଖ ଅର୍ଥ ଆମେ କହିପାରିବା କି ରାଜ୍ୟ ସରକାର ମାନୁଛନ୍ତି ଯେ ସରକାରୀ ବିଦ୍ୟାଳୟରେ ସ୍ଵଳ୍ପ ଆର୍ଥିକ ସମ୍ବଳ ଥିବା ଘରର ପିଲାମାନେ ପଢୁଛନ୍ତି। କାରଣ ସ୍ପଷ୍ଟ, ଗୁଣାତ୍ମକ ବିଦ୍ୟାଦାନର ମାନ ଅଭାବରୁ ଆର୍ଥିକ ରୂପେ ସ୍ୱଚ୍ଛଳ ବ୍ୟକ୍ତି ସେମାନଙ୍କ ପିଲାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପଢ଼ାଉଛନ୍ତି। ଯାହା ଫଳରେ ବେସରକାରୀ ସ୍କୁଲ ମାନେ ଶିକ୍ଷା କୁ ଏକ ଧଂଧା ବା ଲାଭଜନକ ବ୍ୟବସାୟ ରେ ପରିବର୍ତ୍ତନ କରିଦେଲେନି।

ତେଣୁ ଯୁଦ୍ଧକାଳୀନ ଭିତିରେ ରାଜ୍ୟ ସରକାରଙ୍କୁ ସରକାରୀ ବିଦ୍ୟାଳୟ ଗୁଡିକର ବିଦ୍ୟାଦାନର ମାନକୁ ଅତିକମରେ ବେସରକାରୀ ସ୍କୁଲ ଗୁଡ଼ିକର ମାନ ତୁଳନାରେ ଉନ୍ନତି କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକ ରହିଛି।

Leave A Reply

Your email address will not be published.