Webportal

ଆଶ୍ରୟ ସ୍ଥଳୀରେ ଅବ୍ୟବସ୍ଥା ଅଭିଯୋଗ

0 334

ଫୋନି ର ଭୟ ଦେଖାଇ ଥଇଥାନ କରାଇଲେ, କିନ୍ତୁ ଖାଦ୍ୟ ନଦେଇ ସମସ୍ତଙ୍କୁ ଉପାସ ରଖେଇଦେଲେ। ଏଭଳି ଅବ୍ୟବସ୍ଥା କୁ ତୀବ୍ର ନିନ୍ଦା କରିବା ସହ  ଅଭିଯୋଗ କରିଛନ୍ତି ଅନୁଗୁଳ ବ୍ଲକ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ ଗାଁ ର ଲୋକେ। ଲୋକମାନଙ୍କୁ ଫୋନି ବାତ୍ୟା ଭୟରେ ଥଇଥାନ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ସରପଞ୍ଚ ଙ୍କ ଦ୍ଵାରା ମଦନମୋହନ ପାଟଣା ବିଦ୍ୟାଳୟ ରେ ଗ୍ରାମବାସୀ ମାନଙ୍କୁ ଥଇଥାନ କରାଯାଇଛି, ହେଲେ ଖାଦ୍ୟ ପାନୀୟ ନଦେଇ ଲୋକମାନଙ୍କୁ ଭୋକ ଉପାସ ରେ ରଖିଥିବାରୁ ତୀବ୍ର ନିନ୍ଦା କରାଯାଇଛି। ଛୋଟ ଛୋଟ ପିଲାମାନେ ମଧ୍ୟ ଉପାସ ଭୋକରେ ଶୋଇଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏ ଅବ୍ୟବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ। ଫୋନି ର ଭୟରେ ଗ୍ରାମବାସୀ ସୁରକ୍ଷିତ ସ୍ଥାନ କୁ ଆସିଛନ୍ତି ସତ ହେଲେ ଖାଦ୍ୟ ପାନୀୟ ନପାଇ ଉପାସ ଭୋକରେ ଶୋଇବା ଜିଲ୍ଲା ପ୍ରଶାସନ ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଫୋନି ନହେଉଣୁ ଯଦି ଏପରି ଅବସ୍ଥା ଫୋନି ଆସିଲେ ଲୋକମାନଙ୍କର କି ଅବସ୍ଥା ହେବ ଚିନ୍ତାରେ ଗ୍ରାମବାସୀ। ଏହି ଭଳି ଏକ ଦୁଃଖଦ ଦୃଶ୍ୟକୁ ତୀବ୍ର ନିନ୍ଦା କରିଛନ୍ତି ବୁଦ୍ଧିଜୀବି।

Leave A Reply

Your email address will not be published.