Webportal

ଗାଁ ମଝିରେ ହାତୀ ଆତଙ୍କ

0 261

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତରେ ଦନ୍ତା ହାତୀ ର ଆତଙ୍କ ଦେଖିବାକୁ ମିଳିଛି। ଗାଁ ମଝିକୁ ଦନ୍ତା ହାତୀ ପଶି ଆସିବାରୁ ଶହ ଶହ ଲୋକ ଘରୁ ବାହାରି ଆସିଥିଲେ। ସୂଚନା ମୁତାବକ ଫୁଲପଡା ଛକ ପାର ହୋଇ ବଉଳି ପାଖେ ପାଖେ ସାନ୍ତରାପୁର ଆଡକୁ ଅତିକ୍ରମ କରିଥିଲା ଦନ୍ତା ହାତୀଟି। ହାତୀ ଟିକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଚାଷୀଙ୍କ ବାଇଗଣ ବଗିଚା ଭିତର ଦେଇ ବ୍ୟାପକ ଫସଲ ନଷ୍ଟ କରି ଆତଙ୍କ ଖେଳାଇଦେଇଥିଲା ହାତୀଟି। ହାତୀକୁ ଦେଖି ଲୋକଙ୍କ ମନରେ କୁକୁଆ ଭୟ ଖେଳିଯାଇଥିଲା। ଶହ ଶହ ଲୋକଙ୍କ ଚିତ୍କାର ଶୁଣି ହାତୀଟି କଲଣ୍ଡାପାଳ ଦେଇ କୁସୁଣା, ରଙ୍କାସିଂହା ଆଡକୁ ଅତିକ୍ରମ କରିଥିଲା। ହାତୀ ପାଇଁ ଦୁଇଟି ପଞ୍ଚାୟତ ଯଥା ଫୁଲପଡା ଓ ସାନ୍ତରାପୁର ‘ଖ’ ର ଶହ ଶହ ଲୋକ ଏବେ ଭୟଭୀତ ଅବସ୍ଥାରେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ହାତୀ ଘଉଡାଇବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି।

Leave A Reply

Your email address will not be published.