Webportal

ଆଜି ମଧ୍ୟରାତ୍ରିରୁ ସମ୍ପୂର୍ଣ୍ଣ ଓଡିଶା ଲକ ଡାଉନ

0 265

ଆଜି ମଧ୍ୟରାତ୍ରିରୁ ରାଜ୍ୟର ସମସ୍ତ ୩୦ ଟି ଯାକ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏଁ କାର୍ଯ୍ୟକାରୀ ହେବ ଲକ ଡାଉନ।ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସେମାନେ ଏହାକୁ କଡାକଡି ଭାବେ ପାଳନ କରାଇବା ସୁନିଶ୍ଚିତ କରିବେ। କରୋନା ର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ରାଜ୍ୟ ସରକାର।ଏହି ଲକ ଡାଉନ ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ଗୁଡ଼ିକ ଖୋଲା ରହିବ।ଅତି ଆବଶ୍ୟକ ନ ଥିଲେ ଘରୁ ବାହାରିବାକୁ ମନା କରାଯାଇଛି।ଏଟିଏମ ରେ ଟଙ୍କା, ଔଷଧ, ପନିପରିବା, ରାସନ ଆଦି ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ପରାମର୍ଶ ଦିଆଯାଇଛି।ଆଜି ରାତି ସୁଦ୍ଧା ସମସ୍ତ ଏସ୍ଟି ଏସସି ଛାତ୍ରାବାସର ପିଲାଙ୍କୁ ତାଙ୍କ ଘରେ ପ୍ରଶାସନ ପହଞ୍ଚାଇବା ବ୍ୟବସ୍ଥା କରିବା।ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଧେଶ୍ୟରେ ବାର୍ତା ଦେବେ।ସେପଟେ ଆଜି ରାତି ୮ଟା ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ଭୋଧନ କରିବେ ,ଯେଉଁଥିରେ ସେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.