Webportal

ଅନୁଗୁଳରେ ଦୋକାନବଜାର ଖୋଲିବା ଉପରେ ଲାଗିଲା କଟକଣା:କରାଯିବ ବ୍ୟାପକ ଜନସଚେତନତା

0 466

କରୋନା କୁ ବ୍ୟାପିବାକୁ ନ ଦେବା ପାଇଁ ସତର୍କତା ଅବଲମ୍ବନ ସ୍ୱରୂପ ଆଜି ଅନୁଗୁଳ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡି ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଖିଲାପକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାହାରୁ ଆସୁଥିବା ଲୋକଙ୍କର ତଥ୍ୟ ସଠିକ ଭାବରେ ଦେବାପାଇଁ କୁହାଯାଇଛି,ଲୁଚାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ।

ପୂର୍ବରୁ ଜନତା କର୍ଫ୍ୟୁ କୁ ସମର୍ଥନ କରିଛନ୍ତି ରାଜ୍ୟ ସରକାର।

ଆମେ ଜନସାଧାରଣଙ୍କୁ କରୋନା ର ମୁକାବିଲା କରିବା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ନିବେଦନ କରୁଅଛୁ।

Leave A Reply

Your email address will not be published.