Webportal

ସାତକୋଶିଆ ରେ ମାଈ ହାତୀର ମୃତ୍ୟୁ

0 355

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ବହାମୁଣ୍ଡା ସେକ୍ସନରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ଆନୁମାନିକ ୧୫-୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ହାତୀଟି ଅନୁଗୋଳ ଡିଭିଜନରୁ ସାତକୋଶିଆରେ ପ୍ରବେଶ କରିଥିବା ବେଳେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ହେଲେ ହାତୀକୁ ଠାବ କରି ଚିକିତ୍ସା କରିବା ନିମନ୍ତେ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲା।ଗତକାଲି ବନବିଭାଗ ପାଟ୍ରୋଲିଂ ଟିମ୍‌ ଅସୁସ୍ଥ ହାତୀକୁ ଠାବ କରି ଚିକିତ୍ସା କରିଥିଲେ ମଧ୍ୟ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ପେଟ ତଳେ ଗୋଟିଏ ପୁରୁଣା କ୍ଷତ ଥିବା ବେଳେ ସେପ୍ଟିସେମିଆ ହୋଇ ତାର ମୃତ୍ୟୁ ଘଟିଥିବା ନେଇ ସାତକୋଶିଆ ପ୍ରାଣୀ ଚିକିତ୍ସକ ପ୍ରାଥମିକ ରିପୋର୍ଟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।

Leave A Reply

Your email address will not be published.