Webportal

ଆକ୍ରମଣକାରୀ ଅନେକ ମାମଲା ଥିବା ଅପରାଧୀଙ୍କୁ ଗିରଫ କଲା ହଣ୍ଡପା ପୋଲିସ

0 334

ଗତମାସ ସାତ ତାରିଖ ରାତି ୧୦.୩୦ ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁର ୪୪ବର୍ଷୀୟ ପ୍ରଦୀପ କୁମାର ସାହୁ ଥାନାରେ ଏକ ଏତଲା ଦେଇଥିଲେ ଯା ଅନୁଯାୟୀ ସେହିଦିନ ଅପରାହ୍ନ ୪ଟା ସମୟରେ ସେ ତାଙ୍କ ଫୁଲକୋବି ଚାଷ ଜମିରେ କାମ କରୁଥିବା ବେଳେ କିଛି ଲୋକ ସେଠାକୁ ପଶି ଆସି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।ସେମାନେ ହେଲେ ହଣ୍ଡପା ଗାଁର ଦିବାକର ସାହୁ, ସାନୁ ସାହୁ ଓ ମୁନା ଖାନ, ବାଇଶିନା ର ଲିଟୁ ନାୟକ ଓ ମିଳନ ଦେହୁରୀ ଏବଂ ଜରପଡା ଥାନା ଅନ୍ତର୍ଗତ ତୁବେର ସିଲୁ ସାହୁ।ଦିବାକର ପିଡ଼ିତର ଆକ୍ଟିଭା କୁ ଲୁହା ଛଡ଼ ରେ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲା।ପିଡ଼ିତ ଦେହରେ ସେମାନେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରୁ ପଳାଇ ଆସିବାରେ ସକ୍ଷମ ହୋଇଥିଲେ।ସେମାନେ ତାଙ୍କୁ ହତ୍ୟା ଆଦି ନାନାପ୍ରକାର ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଉକ୍ତ କେଶର ତଦନ୍ତ ଏଏସଆଇ ବାରିକ କରୁଥିଲେ ଓ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଦିବାକର ସାହୁ ନାମରେ ପୂର୍ବରୁ ହଣ୍ଡପା ଥାନାରେ କେଶର ଲମ୍ବା ତାଲିକା ରହିଛି।ଗିରଫଦାରୀ ସମୟରେ ଗୋଟେ ମୋବାଇଲ, ଲୁହା ଛଡ଼ ଓ କୋଦାଲ ଜବତ କରାଯାଇଛି।

Leave A Reply

Your email address will not be published.