Webportal

ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବିସ୍ଥାପିତ

0 248

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଗୋପୀବ୍ଲଭପୁର ଗାଁ ରେ୧୨ବର୍ଷ ହେବ ବିସ୍ଥାପିତଙ୍କ ପାଇଁ ବାଧକ ସାଜିଛନ୍ତି ରାଜ୍ୟ ସରକାର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।୨୦୦୪ ମସିହାରେ ନାଲକୋ ଉତ୍କଳ (ଇ) କୋଲୋ ବ୍ଲକ୍ ଆବଣ୍ଟନ ରେ ପାଇଥିଲା ଓ ୨୦୦୮ ମସିହାରେ ଜମି ଅଧିଗ୍ରହଣ କରାଇଥଲା ।ମୋଟ ୪ଟି ରାଜସ୍ବ ଗାଁର ଜମି ଅଧିଗ୍ରହଣ କରିଥିଲା।ତାହା ପରେ ୨୦୧୨ ମସିହାରେ କମ୍ପାନୀ ଏକର ପ୍ରତି ୧୧ ଲକ୍ଷ୍ୟ ଟଙ୍କା ଜମା କରିଥିଲା। ୬୦ ପ୍ରତିଷଦ ଲୋକ ଟଙ୍କା ଉଠାଇବା ବେଳେ ଅନ୍ୟ ଲୋକମାନେ ଏକର ପ୍ରତି ୧୮ ଲକ୍ଷ୍ୟ , ନିଯୁକ୍ତି ,ଭତ୍ତା ବିସ୍ଥାପିତ ଘର ଦାବି କରି ଟଙ୍କା ଉଠେଇ ନାହାଁନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହମତି ଦେଲାପରେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟ କୁ ତ୍ୱରାନ୍ୱିତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ୧୨ବର୍ଷ ହେବ କୌଣସି ସରକାରୀ ଘର ,ଶୌଚାଳୟ, ରାସ୍ତା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆଦି ସରକାରୀ ସୁବିଧା ଲୋକମାନେ ପାଇନାହାଁନ୍ତି। ପ୍ରଶାସନ ର ବାରମ୍ବାର ଦ୍ବାରସ୍ଥ ହେବାପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆଗମୀ ଦିନରେ ଆନ୍ଦୋଳନ କରିବା ପାଇଁ ଗୋପୀବ୍ଲଭପୁର ଗ୍ରାମବାସୀମାନେ କଡା ଚେତାବନି ଦେଇଛନ୍ତି।

Leave A Reply

Your email address will not be published.