Webportal

ମର୍ମନ୍ତୁଦ ଦୁର୍ଘଟଣା

0 767

ଅନୁଗୁଳ ଜିଲ୍ଲାରବଅଁରପାଳ ବ୍ଲକ ଅନ୍ତର୍ଗତ ମହିଧରପୁର ହାଟ ନିକଟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମହିଧରପୁର ଆଡୁ ଅନୁଗୋଳ ଅଭିମୁଖେ ଦୁଇ ଜଣ ବ୍ୟକ୍ତି ଏକ ବାଇକ (ଓଡ଼ି ୧୯ କେ ୭୦୫୨) ରେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ୪୦୭ ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ନରେଶ ମହାଳିକ ନାମକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ସତ୍ୟବ୍ରତ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.