Webportal

ଓଡିଶା ବିଜେପି ବିଧାୟକ ଦଳ ବୈଠକ ଶେଷ

ବିରୋଧୀ ଦଳ ନେତା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ

0 217

ରାଜ୍ୟରେ ଚଳିତ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ବିରୋଧୀ ଦଳ ନେତା ପଦ ହାତେଇବା ସ୍ପଷ୍ଟ ହୋଇଛି। ଏହି ସମ୍ପର୍କିତ ଦଳର ନିର୍ବାଚିତ ବିଧାୟକ ମାନଙ୍କର ବୈଠକ ଆଜି ଦଳର ଭୁବନେଶ୍ୱର କାର୍ଯ୍ୟାଳୟ ରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅରୁଣ ସିଂହ ଏବଂ ଦଳରେ ମହାପ୍ରଭାଵ ଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଦଳ ପକ୍ଷରୁ ବିରୋଧୀ ଦଳ ନେତା ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଦଳର ରାଷ୍ଟ୍ରୀୟ ସଭାପତିଙ୍କ ନିକଟକୁ ପଠାଯିବ ଯିଏକି ଆସନ୍ତା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବିରୋଧୀ ଦଳ ନେତା କେଉଁ ବିଧାୟକ ହେବେ ସେ ନେଇ।ତେଣୁ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ଓଡ଼ିଶା ବିଧାନସଭା ରେ ବିରୋଧ ଦଳ ନେତା ପଦବୀ କେଉଁ ବିଜେପି ବିଧାୟକ ଅଳଙ୍କୃତ କରିବେ।

Leave A Reply

Your email address will not be published.