Webportal

୨୦ବର୍ଷୀୟ ଯୁବକ କଲେ ବିଶ୍ୱ କୀର୍ତ୍ତିମାନ

0 217

ଅନୁଗୁଳ ଜିଲ୍ଲାର ରୁବେଲାଲ ୧.୪ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରି ରେକର୍ଡ଼ ସୃଷ୍ଟି କରି ପାରି ପ୍ରମାଣ କରିଦେଲେ ଯେ ପରିଶ୍ରମ ବୃଥା ଯାଏନି ,ପରିଶ୍ରମର ଫଳ ଶେଷରେ ମିଳେ। ଜିଲ୍ଲାର ଆଠମଲ୍ଲିକ ବ୍ଲକ କୁରୁମଟାପ ଗାଁର ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ । ବୟସ ମାତ୍ର ୨୦ । କିନ୍ତୁୁ ଏହି ବୟସରେ ଜଣେ ବାଲୁକା ଶିଳ୍ପୀ ଭାବରେ ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲାରେ ପରିଚିତ ହୋଇ ସାରିଛନ୍ତି ।ତେବେ କୌଣସି ବାଲୁକା କଳାକୁ ନେଇ ନୁହଁ, ସେ କାଠରେ ୩.୫ ଇଞ୍ଚ ଉଚ୍ଚତାର ଅବିକଳ ରଥ ନିର୍ମାଣ ପରେ ୧.୪ ଇଞ୍ଚରେ ନନ୍ଦିଘୋଷ ରଥ ତିଅାରି କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଏହି ପ୍ରୟାସ ଦ୍ୱାରା ସେ ଇଣ୍ଡିଅା ବୁକ ଅଫ ରେକର୍ଡ୍ସ,ଗ୍ଲୋବାଲ ରେକର୍ଡ୍ସ ଓ ଏସିଅା ବୁକ ଅଫ ରେକର୍ଡ୍ସ ରେ ସ୍ଥାନ ପାଇ ପାରିଛନ୍ତି।

Leave A Reply

Your email address will not be published.