Webportal

ସାଙ୍ଘାତିକ, ଆବାସିକ ବିଦ୍ୟାଳୟରେ ଶିଶୁକୁ ନିର୍ଯ୍ୟାତନା ଅଭିଯୋଗ

0 199

ଅନୁଗୁଳ ଜିଲ୍ଲାର ପାଳଲହଡା ରେ ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟ ରେ ଥମୁନି ଶିଶୁ ନିର୍ଯ୍ୟାତନା ର କରୁଣ କାହାଣୀ । ଗୋଟିଏ ପଟେ ସରକାର ୫ଟି କଥା କହୁଥିବା ବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ବ୍ଲକ ନାଇକାଣିପାଲି ସରକାରୀ ଆବାସିକ ବିଦ୍ୟାଳୟ ପରିସରରୁ। ଗତକାଲି ଚାରିଟା ସମୟରେ ସ୍କୁଲ ଛୁଟି ହେବା ପରେ ଅଶୋକ ନାୟକ ନାମକ ଏକ ଦିତୀୟ ଶ୍ରେଣୀ ଛାତ୍ର କୁ ସାମାନ୍ୟ କଥାରେ ସ୍କୁଲ ପରିଚାଳକ ଦିଲିପ ବାବୁ ବାଡେଇ ଥିଲେ ଓ ସ୍କୁଲରୁ ଭୟରେ ଫେରାର ହୋଇ ଯାଇଥିଲେ ଛାତ୍ର ଅଶୋକ ନାୟକ । ତେବେ ସନ୍ଧ୍ୟା ଛଅ ଘଟିକା ସମୟରେ ଉକ୍ତ ଶିଶୁକୁ ସ୍କୁଲ ଠାରୁ ପାଞ୍ଚ କିଲୋମିଟର ଦୂର ଉଦିତନଗର ଛକଠାରେ କିଛି ସ୍ଥାନୀୟ ଯୁବକ ଦେଖିବାକୁ ପାଇଥିଲେ ଓ ତାକୁ ଉଦ୍ଧାର କରି ପାଳଲହଡା ଥାନାରେ ଜିମା ଦେଇଥିଲେ । ତେବେ ଛାତ୍ର ଅଶୋକ ସିଧାସଳଖ ଦିଲିପ ସାର ବାଡେଇଥିବା ଅଭିଯୋଗ କରିଛି ଓ ଏହି ଅଭିଯୋଗ ନେଇ ଶିକ୍ଷକ ଦିଲ୍ଲୀପ ସାର ଛାତ୍ର କୁ ବାଡେଇ ନଥିବା ସଫେଇ ଦେଇଛନ୍ତି । କିଛି ସମୟ ପରେ ବ୍ଲକ ଅଧିକାରୀ ଙ୍କ ଉପସ୍ଥିତ ରେ ଛାତ୍ର କୁ ସ୍କୁଲ କତୃପକ୍ଷ ଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଠି ପ୍ରଶ୍ନ ଉଠେ ନିରୀହ ଆଦିବାସୀ ଛାତ୍ରଙ୍କୁ ଶିକ୍ଷକ କଣ ପାଇଁ ମାଡ ମାରିଲେ ଓ ଛାତ୍ର ଟି ଫେରାର ହେବାର ତିନ ଘଣ୍ଟା ପରେ ମଧ୍ୟ କାହିଁକି ଚୁପ ରହିଥିଲେ ଯଦି କୈଣସି ଅଘଟଣ ଘଟିଥାନ୍ତା କିଏ ଦାୟୀ ରହିଥାଆନ୍ତା।ଏ ସମସ୍ତ ଘଟଣା ଏବେ ତଦନ୍ତ ସାପେକ୍ଷ,

Leave A Reply

Your email address will not be published.