Webportal

ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

0 170

କେନ୍ଦ୍ରାପଡା ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଙ୍କ ଉପରେ ହୋଇଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।ଆଜି ଅଭିଯୋଗକାରିଣୀ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ତାଙ୍କ ଅଭିଯୋଗ ଉପରେ ପୋଲିସ ର ନିଷ୍କ୍ରିୟତା ଅଭିଯୋଗ କରି ପୁରିଘାଟ ଥାନା ରେ ଧାରଣା ରେ ବସିଥିଲେ ।ପ୍ରକାଶ ଥାଉ କି ଅଭିଯୋଗକାରିଣୀ ସମ୍ବାଦିକା ମାସେ ତଳେ ପୁରିଘାଟ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଯେତବେଳେ ସମାଜ ସମ୍ବାଦପତ୍ର ରେ ଇଣ୍ଟରଣସିପି କରୁଥିଲେ ସେତବେଳେ ଅନୁଭବ ଙ୍କ ସାନଭାଇ ଅନୁପ୍ରଶ କୁଆଡେ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ ।ଏ ବିଷୟ ରେ ଅଭିଯୋଗ ପାଇଁ ଅଭିଯୋଗକରିଣୀ ଆଚାର୍ଯ୍ୟ ଅନୁଭବ ଙ୍କ ବାସଭବନକୁ ଯାଇଥିଲେ,କିନ୍ତୁ ସଂସଦ ଅନୁଭବ ଓ ତାଙ୍କ ଧର୍ମପତ୍ନୀ ,ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ , ସସ୍ମିତା ଆଚାର୍ଯ୍ୟ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଗାଳି ଗୁଳଜ଼ କରିଥିଲେ ।ପ୍ରାୟ ଏକ ମାସ ତଳେ ସମ୍ବାଦିକା ଆଚାର୍ଯ୍ୟ ପୁରିଘାଟ ଥାନାରେ ଅଭିଯୋଗ କରିଥିଲେ । ସେକସନ ୩୫୪ଏ,,୩୨୩,୨୯୪ ଆଇ ପି ସି ଧାରାରେ କେସ ପୁରିଘାଟ ଥାନାରେ ଅଭିଯୁକ୍ତ ଅନୁଭବ,ବର୍ଷା ପ୍ରିୟଦର୍ଶିନୀ, ଓ ଅନୁପ୍ରଶ ଙ୍କ ନାମରେ ପଞ୍ଜିକରଣ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଧାରଣାରେ ଥିବା ସମ୍ବାଦିକା ପ୍ରଶ୍ନ କରିଥିଲେ, କି ଏଠି ଆଇନ କଣ ପ୍ରଭାବଶାଳୀ ସାଂସଦ,ଅଭିନେତା ଙ୍କ ପାଇଁ ଗୋଟେ ! ଆଉ ସାଧାରଣ ସାମ୍ବାଦିକ ପାଇଁ ଆଉ ଗୋଟେ !

Leave A Reply

Your email address will not be published.