Webportal

ସତର୍କତା ଅବଲମ୍ବନ କରନ୍ତୁ, ଭିଡରୁ ଦୁରେଇ ରୁହନ୍ତୁ: ଆଜି ଅନୁଗୁଳ ଜିଲ୍ଲାରୁ ୧୬ ଆକ୍ରାନ୍ତ ଚିହ୍ନଟ

0 366

ଆଜି ଅନୁଗୁଳ ଜିଲ୍ଲାରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ପଜିଟିଭ ସଂଖ୍ୟା ପହଂଚିଲା ୩୦୨ ରେ।ଏମାନଙ୍କ ମଧ୍ୟରେ ତାଳଚେର ବ୍ଲକ ରୁ ଆଠ ଜଣ, ପାଲହଡା ବ୍ଲକ ରୁ ସାତ ଜଣ ଓ ଜଣେ ବନରପାଳ ବ୍ଲକ ଅଞ୍ଚଳର।ଏମାନଙ୍କ ମଧ୍ୟରେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ଅସ୍ଥାୟୀ ମେଡ଼ିକାଲ ଶିବିରରେ ଥିବା ଲୋକ, ଅସ୍ଥାୟୀ ମେଡ଼ିକାଲ ଶିବିର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଅଛନ୍ତି।ଏମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଆଉ ୨୨ ଜଣ ସୁସ୍ଥ ହେବା ସହ ଜିଲ୍ଲାରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୦୭ ରେ ପହଂଚିଲା।ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ଦେଇଛନ୍ତି।

Leave A Reply

Your email address will not be published.