Webportal

ଲଗାତାର ହାତୀ ଆକ୍ରମଣ

0 166

ଅନୁଗୁଳ ଜିଲ୍ଲ‍ା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଅାଜି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର ଝାରୁ ବେହେରା। ସୂଚନାମୁତାବକ ନିକଟସ୍ଥ ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ ପୋଖରୀ ହୁଡା ନିକଟରେ ଦନ୍ତା ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ହାତୀଟି ଝାରୁଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନସରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହାତୀ ଆକ୍ରମଣରେ ଯୋଗୁ ଝାରୁଙ୍କର ଛାତି, ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି ।ଖବରପାଇ ଛେଣ୍ତିପଦା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଡଙ୍ଗାପାଳ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ବନବିଭାଗ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Leave A Reply

Your email address will not be published.