Webportal

ରୋଷେଇ ସମୟରେ ଅଗ୍ନିକାଣ୍ଡ

0 309

ଅନୁଗୁଳ ଜିଲ୍ଳା ମାଟିଆସାହି ପଞ୍ଚାୟତର ମଦନମୋହନ ପାଟଣା ସାହିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅନୁଗୋଳ ବ୍ଲକର ମଦନମୋହନ ପାଟଣା ସାହିରେ ରୋଷେଇ କରୁଥିବା ବେଳେ ସରୋଜ ବେହେରାଙ୍କ ଚୁଲିରୁ ନିଆଁ ବାହାରି ତାଙ୍କ ଘରେ ଲାଗିଯାଇଥିଲା। ପରେ ପରେ ସାହିର ପଳଉ ବେହେରା, ବ୍ରଜବନ୍ଧୁ ବେହେରା, ହାଡ଼ିବନ୍ଧୁ ବେହେରାଙ୍କ ଘରକୁ ନିଆଁ ବ୍ୟାପିଯାଇଥିଲା। ସ୍ଥାନୀୟ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭାଇ ପାରି ନ ଥିଲେ। ପରେ ଅନୁଗୋଳର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ୪ବଖରା ଘର ଜଳିଯାଇଥିଲା। ଏହା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିଲା।

Leave A Reply

Your email address will not be published.