Webportal

ମା ଏବଂ ଝିଅକୁ ବିଚ ରାସ୍ତାରେ ମାଡ଼

0 195

ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ଉଲୁଡା ଗ୍ରାମ ରେ ଅଘଟଣ ।ରାସନ ସାମଗ୍ରୀ ନେଉଥିବା ସମୟରେ ସାମାନ୍ୟ କଥାକୁ ନେଇ ଗ୍ରାମର ଜଣେ ଅସହାୟ ଗରିବ ଝିଅକୁ ବାଡ଼େଇ ରାସ୍ତା କଡକୁ ଫିଙ୍ଗି ଦେଲେ ଯୁବକ। ଯଶୋଦା ମାଝି(୧୯) ରାସନ ସାମଗ୍ରୀ ନେଉଥିବା ସମୟରେ ସେହି ଗ୍ରାମର ନଟିଆ ବେହେରା ସହିତ ଝଗଡ଼ା ହୋଇ ଥିଲା ଓ ପରେ ଝିଅ ଜଣକ ସେଠାରୁ ପଳାଇ ଆସିଥିଲେ ମଧ୍ୟ ନଟିଆ ଛାଡି ନଥିଲା ଓ ଗ୍ରାମ ଛକରେ ଝିଅକୁ ଆକ୍ରମଣ କରିଥିଲା ।ଏପରିକି ଝିଅର ମା ସେଠାକୁ ଆସିଥିଲେ ମଧ୍ୟ ତାଙ୍କୁ ବି ଛାଡ଼ି ନଥିଲା ।ମା ଝିଅକୁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପକାଇଦେଇ ଦୁର୍ବୁର୍ତ ଜଣକ ପଳାଇ ଯାଇଥିଲା । ତେବେ ମୁର୍ମୁଷ ଅବସ୍ଥା ରେ ଜଣେ ଅଟୋ ଚାଳକ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।

Leave A Reply

Your email address will not be published.