Webportal

ମହାବିଦ୍ୟାଳୟ ରେ ନିଶାନିବାରଣ ଆଲୋଚନା ଚକ୍ର

0 177

ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟ ଜରପଡାରେ ଅାଜି ଆମ ପରିବାର ଚକ୍ର ଓ ରାଜ ସଂସ୍କାର କମିଟି,ତୁକୁଡ଼ା ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନିଶା ନିବାରଣ ସଂକ୍ରାନ୍ତରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷା ଡ଼ଃ ସୁଷମା ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନିଶାମୁକ୍ତି ଅଭିଯାନର କର୍ମୀ ଅପର୍ଣ୍ଣା ନାୟକ, ମୁଖ୍ୟ ବକ୍ତା ଭାବରେ ଅନୁଗୋଳ ଯୁବ ଶକ୍ତି ସଙ୍ଗଠନ ର ସଭାପତି ବ୍ରହ୍ମଜ୍ୟୋତି ମିଶ୍ର,ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ଅଜୟ ଭାଇ ଉପସ୍ଥିତ ଥିଲେ। ନିଶା କବଳରୁ ଆଜି ର ଯୁବ ପିଢ଼ି ନିବୃତ ରହି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରାଜ ସଂସ୍କାର କମିଟି ସମ୍ପାଦକ ,ଚକ୍ର ସେବକ ଓ ସଭ୍ୟମାନେ ପରିଚାଳନା କରିବାରେ ସହାୟତା କରିଥିଲେ।

Leave A Reply

Your email address will not be published.