Webportal

ମରଣାତ୍ମକ ଆକ୍ରମଣ କରି ଲୁଟ

0 185

*ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଭରତପୁର ଗାଁ ନିକଟରେ ଜଣେ ବ୍ୟବସାୟୀଙ୍କୁ ଛୁରୀ ଭୁଷି ଲହୁଲୁହଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତମାନେ । ପଟ୍ଟାମୁଣ୍ଡାଇ ଥାନା ପୋଖରିଆପଡା ଗାଁର ନିରାକାର ନାୟକ ନାମକ ଜଣେ ୭୩ ବର୍ଷିୟ ବୃଦ୍ଧଲୋକ ଆଳି ଥାନା ସିଙ୍ଗିରୀ ବଜାରରେ ଥିବା ତାଙ୍କର ତେଜରାତି ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରିବା ବେଳେ ଦୁଇଜଣ ଦୁର୍ବୁର୍ତ୍ତ ଭରତପୁର ଗାଁ ନିକଟରେ ଥିବା ଏକ ନିରୋଳା ସ୍ଥାନରେ ବାଇକଟିକୁ ଅଟକାଇ ନିରାକାରଙ୍କୁ ଟଙ୍କା ମାଗିଥିଲେ । ନିରାକାର ମନାକରିବାରୁ ଦୁର୍ବୁର୍ତ୍ତ ମାନେ ନିରାକାରଙ୍କୁ ଛୁରୀରୈ ଭୁଷି ରକ୍ତାକ୍ତ କରି ନଗଦ ୭୬୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟି ନେଇଛନ୍ତି । ରକ୍ତ ଜୁଡୁବୁଡୁ ନିରାକାର ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ପଟ୍ଟାମୁଣ୍ଡାଇ ଥାନାରେ ଏକ ଅଭିଯୋଗ କରିଛନ୍ତି ନିରାକାର । ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ଥାନା ଓ ଆଳି ଥାନା ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇନି ପୋଲିସ । ବ୍ୟସ୍ତ ବହୁଳ ଏହି ରାସ୍ତାରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ଲୋକମାନେ ବିଭିନ୍ନ ବାଇକ ଓ କାରରେ ବିଳମ୍ବିତ ରାତିଯାଏ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ପୋଲିସ ପେଟ୍ରୋଲିଂ ଅଭାବରୁ ଲୁଟେରା ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି*

Leave A Reply

Your email address will not be published.