Webportal

ମନ୍ଦିରରୁ ଚୋରି ଅଭିଯୋଗ

0 187

ଅନୁଗୁୁଳ ଜିଲ୍ଲା ଜରପଡା ଥାନା ପାହାଡ ଉପରେ ଥିବା ଶିବ ମନ୍ଦିରରୁ ଅାଜି ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବା ଜଣାପଡିଛି ।ଘଟଣାରୁ ଜଣାପଡିଛି ଜରପଡା ଶିବ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିର ଭିତରେ ଥିବା ହୁଣ୍ଡି ତାଲା ଭାଙ୍ଗି ହୁଣ୍ଡିରେ ଥିବା ଦାନ ଅର୍ଥକୁ ଦୁର୍ବୃତ୍ତ ମାନେ ଚୋରୀ କରିନେଇ ପଳାଇଛନ୍ତି ।ଏ ନେଇ ଶିବ ମନ୍ଦିରର ପୂଜକ ସକାଳେ ମନ୍ଦିରକୁ ପୂଜା କରିବା ପାଇଁ ଆସିବା ବେଳେ ମନ୍ଦିରରୁ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ ।ଏ ନେଇ ପୂଜକ ମନ୍ଦିର କମିଟକୁ ଅବଗତ କରିଥିଲେ । ଏ ନେଇ ମନ୍ଦିର କମିଟି ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତି କରି ଜରପଡା ପୋଲିସ ଥାନାରେ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.