Webportal

ବାଘ ଆକ୍ରମଣ ରେ ଜଣେ ଗୁରୁତର ,ବିଫଳ ହେଇଛି ବନବିଭାଗ ର ତମାମ ଯୋଜନା

0 235

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ମିଳିଥିବା ସୂଚନା ଅନୁସାରେ ଅନ୍ତୁଳିଆ ଦଳବେହେରା ସାହିର ଚିତ ରଞ୍ଜନ ଦଳ ବେହେରା ଆଜି ସକାଳେ ଜଙ୍ଗଲ କୁ ଛତୁ ତୋଳିବା ପାଇଁ ଯାଇଥିବା ବେଳେ ହଠାତ ତାଙ୍କୁ ଏକ କଲରାପତ୍ରିଆ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ଚିତ ରଞ୍ଜନଙ୍କ ମୁଣ୍ଡ , ଛାତି ଓ ବାମ ହାତରେ ଗଭୀର ଆଘାତ ଲାଗିଥିଲା ।ଅନ୍ୟ ଏକ ସହଯୋଗୀ ଅଳ୍ପକେ ବର୍ତିଯାଇଥିଲା।ଆକ୍ରମଣ ଦେଖି ଅନ୍ୟ ସହଯୋଗୀ ଗଛ ଉପରକୁ ଚଢି ଯାଇଥିଲେ। କ୍ଷତ ବିକ୍ଷେତ ଆହତ ଆହତ ଅବସ୍ଥାରେ ଚିତ ରଞ୍ଜନ ସେଠାରେ ପଡି ଯାଇଥିବା ବେଳେ ଚିତ୍କାର ଶୁଣି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଓ ଅବସ୍ଥା ସଂକଟାପନ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଚିତ ରଞ୍ଜନଙ୍କୁ ଉଦ୍ଧାର କରା ଯାଇଥିବା ସ୍ଥାନରେ ବାଘର ପାଦଚିହ୍ନ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.