Webportal

ବନବିଭାଗ ସମୂହର ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

0 257

ବନବିଭାଗ ସମୂହର ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଅନୁଗୁଳ ଫରେଷ୍ଟ ରେଂଜର୍ସ ଟ୍ରେନିଂ କଲେଜ ଓ ନାଲକୋ ଅଡିଟୋରିଅମ ଠାରେ ଆରମ୍ଭ ହୋଇଛି।ଫରେଷ୍ଟ ରେଂଜେର୍ସ ଟ୍ରେନିଂ କଲେଜ ପଡ଼ିଆରେ ଆୟୋଜିତ ଉତ୍ସବରେ ପ୍ରଧାନ ମୁଖ୍ୟ ବନ ସରଂକ୍ଷକ ଓ ବନବିଭାଗ ର ମୁଖ୍ୟ ଡା. ସନ୍ଦୀପ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉନ୍ମୋଚନ କରିବା ସହ ଆନୁଷ୍ଠାନିକ ଭାବେ ଘୋଷଣା କରି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ। ନିଜର ଦାଇତ୍ୱ ଠିକଭାବେ ତୁଲାଇବା ପାଇଁ ସୁସ୍ଥ ଶରୀର ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।ଚଳିତ ବର୍ଷ ମାର୍ଚ୍ଚ ୩ ରୁ ୭ ତାରିଖ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ କୀଟ ଷ୍ଟାଡିୟମ ଠାରେ ଜାତୀୟ ସ୍ତରୀୟ ବନବିଭାଗ କ୍ରୀଡ଼ା ସମୂହ ଅନୁଷ୍ଠିତ ହେବ।ଏଥିରେ ସାରା ଦେଶରୁ ୨୬୦୦ କ୍ରୀଡ଼ାବିତ ଓ ୭୦୦ କର୍ମକର୍ତା ଯୋଗଦେବେ।ପଦକ ବିଜେତା ହେବା ସହ କ୍ରୀଡା ମନୋଭାବ ନେଇ ଖେଳ ପ୍ରଦର୍ଶନ କରିବାକୁ ଓ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଯିବା ସହ ଓଡ଼ିଶାର ସୁନାମ ବଢାଇବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତିର ରୋପ୍ୟ ଜୟନ୍ତୀ ସମାରୋହକୁ ଆୟୋଜନ କରିବାକୁ ଓଡିଶାକୁ ଦାଇତ୍ଵ ଦିଆଯାଇଛି।ଆସନ୍ତା କାଲି ଏହି କ୍ରୀଡା ଉଦଯାପିତ ହେବ।ଆୟୋଜିତ ଉଭୟ ସ୍ଥାନରେ ୮ଟା ବନମଣ୍ଡଳର ୩୯ଟି କ୍ରୀଡା ପ୍ରତିଯୋଗୀତାରେ ୩୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।ନାଲକୋ ରେ ଆୟୋଜିତ ଇନଡୋର କ୍ରୀଡ଼ା ଦାୟିତ୍ୱରେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଶ୍ରୀ ସୈମ୍ୟକ ସାମନ୍ତରାୟ ଥିବାବେଳେ ରେଂଜର୍ସ ଟ୍ରେନିଂ କଲେଜରେ ଅନୁଷ୍ଠିତ ଆଉଟଡୋର କ୍ରୀଡ଼ା ଦାୟିତ୍ୱରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି ରାମସ୍ୱାମୀ ଥିଲେ।

Leave A Reply

Your email address will not be published.