Webportal

ବଦଳିବ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ

0 255

କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ରହିବ ବୋଲି ଜଣାପଡିଛି।ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ ହେବାପରେ ବର୍ତ୍ତମାନ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବ ବୋଲି ପୋଲିସ କମିଶନର ସୁଧାଂଶୁ ସଢଙ୍ଗୀ ସୂଚନା ଦେଇଛନ୍ତି।ଏହା ପୋଲିସ ସେବା ଭବନ ନାମରେ ନାମିତ ହେବ।କମିଶନରେଟ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହା କହିଛନ୍ତି ପୋଲିସ କମିଶନର।ସେ କହିଛନ୍ତି ଯେ ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ସହିତ ଟ୍ରାଫିକ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ।ଓଏସଏପି ୭ମ ବାଟାଲିୟନ ଗ୍ରାଉଣ୍ଡରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଲେ ଯେ, ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ପୋଲିସ କଠିନ ପରିଶ୍ରମ କରୁଛି।ମହିଳାଙ୍କ ସୁରକ୍ଷାକୁ ଦିଆଯାଉଛି ଗୁରୁତ୍ୱ।ସେଥିପାଇଁ ୩୦୦ ମହିଳାଙ୍କୁ ନେଇ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଛି।ମୋ ସରକାର ଯୋଜନାରେ ଭଲ ଫିଡ଼ବ୍ୟାକ ମଧ୍ୟ ମିଳୁଛି।କଠିନ ପରିଶ୍ରମ କରି ପୋଲିସ ଜନସାଧାରଣଙ୍କୁ ଯେଉଁ ସେବା ଯୋଗାଉଛି ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ପଡ଼ିବ ବୋଲି ଶ୍ରୀ ଅଭୟ କହିଛନ୍ତି।

Leave A Reply

Your email address will not be published.