Webportal

ପ୍ରାରମ୍ଭିକ ଛୋଟିଆ ମତାନ୍ତର ପରେ ସଫଳତାର ସହ ଅନୁଷ୍ଠିତ ହେଲା ଅନୁଗୁଳ ଜିଲ୍ଲା  ପ୍ରଶାସନ ଓ ସାମ୍ବାଦିକ ସମୂହ କ୍ରିକେଟ ମ୍ୟାଚ

ସମନ୍ଵୟ ଅଭାବରୁ କିଛି ଗଣମାଧ୍ୟମ ପ୍ରତିନିଧି ଆୟୋଜନ ରୁ ରହିଲେ ଦୂରରେ

0 352

ଶନିବାର ପ୍ରାତଃ ସମୟରେ ଅନୁଗୁଳ ସାମ୍ବାଦିକ ସମୂହ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ତେବେ ୧୫ଓଭର ବିଶିଷ୍ଟ ଏହି ମ୍ୟାଚରେ ସାମ୍ବାଦିକ ଦଳକୁ ହରାଇ ପ୍ରଶାସନ ବିଜୟ ହାସଲ କରିଛି।

ଅନୁଗୁଳ ସହର ମଧ୍ୟରେ ଥିବା କଦମ ପଡିଆ ଠାରେ ୧୫ ଓଭର ବିଶିଷ୍ଟ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା। ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଉପଜିଲ୍ଲାପାଳ ବୈତୁରା ଦୀପ ଆଦି ଉପସ୍ଥିତ ରହି ଥିଲେ।

ଟସ ଜିତି ସାମ୍ବାଦିକ ଦଳ ବୋଲିଂ କରିଥଲ
ପ୍ରଥମେ।୧୫ ଓଭର ଶେଷସୁଦ୍ଧା ପ୍ରଶାସନ ଏକାଦଶ ୯ଟି ମୂଲ୍ୟବାନ ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା। ଅପରପକ୍ଷେ ପ୍ରତିପକ୍ଷ ସାମ୍ବାଦିକ ଦଳ ଦ୍ୱିତୀୟ ପାଳିରେ ପ୍ରଶାସନ ଦଳ ଆଗରେ ନିଜର ସମସ୍ତ ୱିକେଟ ହରାଇ ୧୩ଓଭରରେ ୬୮ ରନ କରି ଅଲଆଉଟ ହୋଇ ପରାଜୟ ସ୍ବୀକାର କରିଥିଲେ। ବିଜୟୀ ପ୍ରଶାସନ ଦଳକୁ ଉପଜିଲ୍ଲାପାଳ ବୈତୁରା ଦୀପ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.