Webportal

ଅନୁଗୁଳରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ(ମହିଳା ଓ ପୁରୁଷ)

ପ୍ରାୟ ୯୦୦ ଖେଳାଳି ଖେଳିବେ

0 248

ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏନେଇ ଅନୁଗୁଳ ସହରରେ ମଧ୍ୟ ଜୋରଦାର ମୁକାବିଲା ଦେଖିବାକୁ ମିଳିବ। ଅନେକ ପ୍ରତିଭାବାନ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୋଳ। ଦୀର୍ଘ ତିନିଦିନ ଧରି ଏହି ଖେଳ ଚାଲିବା ବେଳେ ସାରା ଜିଲ୍ଲାବାସୀ ଏହାକୁ ଉପଭୋଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

ଅନୁଗୁଳ ଜିଲା ପ୍ରଶାସନ ଓ କଟକ କବାଡି ଆସୋସିଏସନ ର ମିଳିତ ଉଦ୍ୟୋଗରେ ଏହି ବିଶାଳ କବାଡି ଚମ୍ପିୟାନସିପ ଆୟୋଜନ ହେବାକୁ ଯାଉଛି। ସାରା ଓଡ଼ିଶାର ୨୯ଟି ଜିଲ୍ଲାରୁ ଖେଳାଳି ମାନେ ଆସି ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ। ଏହି ଦଳ ମାନଙ୍କରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ , ଜଣେ ମ୍ୟାନେଜର ଓ ଜଣେ କୋଚ୍ ରହିଛନ୍ତି। ସର୍ବମୋଟ ୨୯ଜିଲାର୫୯ଟି ଦଳ ଖେଳିବାକୁ ଥିବା ବେଳେ ଏଥିରେ ସମାନ ଭାବେ ୨୯ଟି ମହିଳା ଓ ପୁରୁଷ ଦଳ ରହିବ। ଏତଦ୍ବ୍ୟତୀତ ୬ଟି ଅତିରିକ୍ତ ଦଳ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥି ମଧ୍ୟରେ ରେଳବାଇ ଦଳ, ଓଡିଶା ପୁଲିସ ଦଳ, ଆର.ଏସ.ପି ରାଉରକେଲା,ଏନଆରଆରଆଇ, କିଟ ଭୁବନେଶ୍ୱର, ହାଇଟେକ ଭୁବନେଶ୍ୱର ଆଦି ଦଳ ଏଥିରେ ଭାଗନେବେ। ସହର ମଧ୍ୟରେ ଥିବା ବିଜୁ ମୈଦାନ ଠାରେ ଉକ୍ତ ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୨୨ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲୁ ରହିବ। ଖେଳ ପରିଚାଳନା ଓ ଖେଳାଳି ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୫୦ଜଣ ଟେକନିକାଲ ଅଫିସରଙ୍କ ସହ ୫୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ। ତେବେ ପରିଶେଷରେ ଜିଲା ପ୍ରଶାସନ ତରଫରୁ ନିଜେ ଜିଲାପାଳ ଜିଲ୍ଲାବାସୀ ଙ୍କୁ ଆହ୍ୱାନ କରିଛନ୍ତି ଯେ ରାଜ୍ୟରେ ହକି ବିଶ୍ୱକପ ଆୟୋଜନ କରାଯାଉଥିବା ବେଳେ ନିଜ ଜିଲାରେ ହେଉଥିବା କ୍ରୀଡାକୁ ମନଭରି ଉପଭୋଗ କରନ୍ତୁ।

Subscribe to our newsletter
Sign up here to get the latest news, updates and special offers delivered directly to your inbox.
You can unsubscribe at any time
Leave A Reply

Your email address will not be published.