Webportal

ପୋଲିସ ମହାନିର୍ଦ୍ଦେଶକଙ୍କ ଆଜିର ଅନୁଗୁଳ ଗସ୍ତ ସମୟରେ ପୋଲିସର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଦେଲେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ

0 571

ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କରୋନା ସଂକ୍ରମଣ ରୋକିବା ପାଇଁ ପୋଲିସ ପକ୍ଷରୁ କଟକଣା ଲାଗୁ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ।ଏହି ସନ୍ଦର୍ଭରେ ସେ ଆଇଜି ଏନସିଆର ଓ ଏସ୍ପିଙ୍କ ସହ ଆଲୋଚନା କରିଥିଲେ।ମାଲ ପରିବହନ ବିନା ଅସୁବିଧାରେ ହେବା ଓ ମେଡ଼ିସିନ ଦୋକାନ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ମିଳିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଲକ ଡାଉନ ଓ କ୍ୱାରେଣ୍ଟଆଇନ ଉଲଂଘନ ସମ୍ବଧିୟ ରୁଜୁ ମାମଲା ଗୁଡିକର ସମୀକ୍ଷା ମଧ୍ୟ କରିଥିଲେ।ଜିଲ୍ଲା ବାହାରୁ ଆସୁଥିବା ଶ୍ରମିକଙ୍କୁ ନେଇ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।ଏସ୍ପି ଅଫିସରେ ଚାଲିଥିବା ପୋଲିସ କଣ୍ଟ୍ରୋଲ ରୁମ ପରିଦର୍ଶନ କରି ଲକ ଡାଉନ ସମୟରେ ଲୋକଙ୍କ ସମସ୍ୟାକୁ ଫୋନ ଜରିଆରେ ସମାଧାନ କରିବାକୁ ଗୁରୁତ୍ୱ ଦେଇଥିଲେ। ପୋଲିସ ବ୍ୟାରେକ ପରିଦର୍ଶନ କରି ସେଠାକାର ପରିବେଶ ସ୍ୱାସ୍ଥ୍ୟକର ରଖିବା ପାଇଁ କହିଥିଲେ ଓ କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ।ରାସ୍ତା ଉପରେ କାର୍ଯ୍ୟରତ ପୋଲିସ ମାନେ କଡାକଡି ଭାବେ ନିୟମ ପାଳନ କରାଇବା ସହ ଲୋକଙ୍କ ସହ ଦୁର୍ବ୍ୟବହାର ନ କରିବା ପାଇଁ ଏସପିଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.