Webportal

ନିଆରା ଢଙ୍ଗରେ ନବବର୍ଷ ପାଳି ଉଦାହରଣ ସୃଷ୍ଟି କଲେ ପ୍ରଶାସନିକ ଅଧିକାରୀମାନେ

0 349

ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ ଯାହା ସାଧାରଣ ଲୋକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଅନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତିରାୟ,ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ,ଆସିଷ୍ଟାଣ୍ଟ କଲେକ୍ଟର ସୋଫି ସାଇନିକା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ଅନ୍ୟ କିଛି ସରକାରୀ ଅଧିକାରୀ ଏବଂ ସ୍ବେଚ୍ଛାସେବୀଙ୍କ ସହିତ ଆଜି ପଂଚମହଲା ସ୍ଥିତ ଏବିସିଡି, ମାଳତୀ ବିହାର,ମାଟିଆ ସାହି ଓ ଉଜ୍ବାଳା ସ୍ୱଧ୍ୟାର ଗୃହ ପରିଦର୍ଶନ ରେ ଯାଇ ଅନ୍ତେବାସୀ ମାନଙ୍କ ସହ ବାର୍ତାଲାପ କରି ନୂତନ ବର୍ଷର ଆରମ୍ଭ କରିଥିଲେ।ତା ସହିତ ସେମାନଙ୍କ ରହିବା ଓ ଖାଦ୍ୟପେୟ ବିଷୟରେ ଅନୁଧ୍ୟାନ କରିବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଅପରାହ୍ନରେ ଅନୁଗୁଳ ବସଷ୍ଟାଣ୍ଡ ରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଟିକେଟ କରି ଖାଇବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ।ଏହା ସହିତ ସେଠାକାର ପରିଷ୍କାର,ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆଦି ତଦାରଖ କରିବା ସହ ସେଠାରେ ଖାଉଥିବା ଲୋକଙ୍କର ପ୍ରତିକ୍ରିୟା ପଚାରି ବୁଝିଥିଲେ।ପ୍ରକାଶ ଥାଉ କି ଏହିସବୁ ସ୍ୱଧ୍ୟାର ଗୃହ ସବୁରେ ଛୋଟ ପିଲା ଓ ଅସହାୟ ମହିଳା ରହୁଛନ୍ତି ଓ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହାୟତା ରେ ସରକାରୀ ଅନୁଦାନ ଯୋଗାଇ ଦେଇ କରାଯାଇଛି।

Leave A Reply

Your email address will not be published.