Webportal

ନର୍ସିଂହୋମ ବର୍ଜ୍ୟ ନିଷ୍କାସନ କୁ ନେଇ ମାମଲା

0 351

ଅନୁଗୋଳ ସହର ଉପକଣ୍ଠରେ ଥିବା ସରୋଜିନିି ନର୍ସିଂହୋମର ଶୌଚାଳୟ ପାଣି ନିକଟ ଗାଁ ମଝି ଦେଇ ଛଡ଼ାଯାଉଥିବା ବେଳେ ତାହା ଲିଙ୍ଗରାଯୋଡ଼ି ଯୋରକୁ ପ୍ରବେଶ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଯୋରର ପାଣିକୁ ଲୋକମାନେ ପାନୀୟ ଭାବେ ବ୍ୟବହାର କରୁଥିବାରୁ ନର୍ସିଂହୋମର ଏପରି କାର୍ଯ୍ୟକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଗ୍ରାମବାସୀ ନର୍ସିଂହୋମ ଘେରାଉ କରିଥିଲେ ହେଲେ ନର୍ସିଂହୋମର ମାଲିକାଣୀ ଲୋକଙ୍କ କଥାକୁ କର୍ଣ୍ଣପାତ କରିବା ବଦଳରେ ସେମାନଙ୍କୁ ଧମକ ଚମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସିସିଟିଭିରେ ସବୁକିଛି କଏଦ ହୋଇଛି ଓ ପୋଲିସ ଆଣି ବାନ୍ଧି ତୁମମାନଙ୍କୁ ଥାନାକୁ ପଠାଇ ଦେବି ବୋଲି ମାଲିକାଣୀ ଧମକ ଦେଇଥିବା ପ୍ରଭାତି ସାହୁ, ଶମ୍ଭାରୀ ରାଉତ, କବିତା ଦାସ, ବିପି ରାଉତ ପ୍ରମୁଖଙ୍କ ସହ ଶତାଧିକ ମହିଳା ଅଭିଯୋଗ କରିିଛନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ସହ ଅାଜି ଘଟଣା ନେଇ ଆଲୋଚନା କରାଯିବ ବୋଲି କହିିଛି।

Leave A Reply

Your email address will not be published.