Webportal

ଦ୍ରୁତଗତିରୁ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଅତି ଗୁରୁତର

0 342

ଅନୁଗୁଳ ଜିଲ୍ଲାର ତାଳଚେର କୋଲିୟାରୀ ଥାନା ଅନ୍ତର୍ଗତ ଡେରା ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି l ଯୁବକ ଜଣଙ୍କ ଏକ ନୂଆ କେଟିଏମ ମୋଟର ସାଇକେଲ (ଓଡି19ପି 8277)ରେ ଦ୍ରୁତଗତିରେ ଯାଇ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଜଣେ ପଥଚାରୀଙ୍କୁ ଜୋରଦାର ଧକ୍କା ଦେବାପରେ ଗାଡ଼ି ରୁ ଛିଟିକି ପଡ଼ି ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ l ଅନ୍ୟପଟେ ବାଇକରୁ ଧକ୍କା ଖାଇଥିବା ବ୍ୟକ୍ତି ଜଣକର ଗୋଡ଼ଟି ସମ୍ପୂର୍ଣ୍ଣ ଛିଡ଼ି ଯାଇଛି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଭର୍ତ୍ତି କରାଯାଇଛି l କୋଲିୟରି ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି l

Leave A Reply

Your email address will not be published.