Webportal

ଦୁଷ୍କର୍ମର ୬ମାସ ମଧ୍ୟରେ ମିଳିଲା ଫାଶୀ ଦଣ୍ଡ

0 321

ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ଜାନୁଆରୀ ୨୦ ତାରିଖରେ ଘଟିଥିବା ନାବାଳିକାକୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜି ଫାଶୀ ଦଣ୍ଡାଦେଶ ଦିଆ ଯାଇଛି । ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ କାଙ୍ଗୁଲା ଗାଁର ଜଣେ ନାବାଳିକା ତାଙ୍କ ବାପାଙ୍କ ନିକଟକୁ ଖାଇବାକୁ ନେବା ସମୟରେ ଗାଁ ମୁଣ୍ଡରେ ଥିବା ନାଳ ନିକଟରେ ଏକୁଟିଆ ପାଇ ଅଭିଯୁକ୍ତ ସେହି ଗାଁର ଅନାମ ଓରଫ ଶ୍ରୀନିବାସ ଦେହୁରୀ ବୁଦା ଭିତରକୁ ଟେକିନେଇ ଦୁଷ୍କର୍ମ କରି ପଥରରେ ଛେଚି ନବାଳିକାକୁ ହତ୍ୟା କରି ଘଟଣାରୁ ଫେରାର ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବହୁତ ତନାଘନା ପରେ ପୋଲିସ ତାକୁ କଲିକତାରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ଓ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୩୬ ଜଣଙ୍କ ସାକ୍ଷୀଙ୍କ ବୟାନ ଆଧାରରେ ଓ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Leave A Reply

Your email address will not be published.