Webportal

ଦୁଇଦିନ ପରେ ମିଳିଲା ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ

0 179

ଅନୁଗୁଳ ବ୍ଲକ ବଲାସିଙ୍ଗା ନିକଟ ଦେଇ ଯାଇଥିବା ଟାକୁଆ ନାଳରେ ଗତ ଦୁଇଦିନ ତଳେ ନାଳରେ ଭାସିଯାଇ ଇଙ୍କରବନ୍ଧ ପଞ୍ଚାୟତ ବେହେରା ସାହିର ଅନିଲ ବେହେରା (୨୫) ନିଖୋଜ ଥିଲେ। ୨୪/୧୦/୨୦୧୯ ତାରିଖ ଅପରାହ୍ନ ସମୟରେ ଅନିଲ ନିକଟସ୍ଥ ଟାକୁଆ ନାଳକୁ କୌଣସି କାର୍ଯ୍ୟରେ ଯାଇ ଲଘୁଚାପ ବର୍ଷାରେ ବଢିଥିବା ନାଳପାଣିରେ ଭାସିଯାଇଥିଲେ।ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳି ମିଳି ନଥିଲା। ଭାସିଯାଇଥିବା ସ୍ଥାନର ମୋଟ ୧୦୦ ମିଟର ଦୂରତାରେ ଥିବା କାଶତଣ୍ଡି ବୁଦା ମୂଳେ  ମୃତଦେହ ଭାସୁଥିବାର କିଛି ଗ୍ରାମବାସୀ ଦେଖିବା ପରେ ତାହା ଉଦ୍ଧାର କରାଯାଇଛି।

Leave A Reply

Your email address will not be published.