Webportal

ଦୁଇଟି ସ୍ଵର୍ଣ ପଦକ ହାସଲ କଲେ ପଞ୍ଚମ ଶ୍ରେଣୀ ଛାତ୍ର

0 295

ସ୍ବର୍ଣ୍ଣ ପଦକ ହାସଲ କରିବା ଯେମିତି ତାଙ୍କର ନିଶା ପାଲଟି ଯାଇଛି।ଜିଲ୍ଲା ତଥା ରାଜ୍ୟ ପାଇଁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ପାଇ ଗୌରବ ଆଣିଛନ୍ତି ଢେଙ୍କାନାଳର ଶ୍ରେୟାଶ।ଚଳିତ ମାସ ଉତ୍ତରପ୍ରଦେଶ ର କେ ଡ଼ି ସିଂ ବାବୁ ଷ୍ଟାଡିଅମ ଠାରେ ଅନୁଷ୍ଠିତ ୩୯ ତମ ଜାତୀୟ ଟାଇକୋଣ୍ଡୋ ଚାମ୍ପିୟାନଶିପ ରେ ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ର ଛାତ୍ର ଶ୍ରେୟାଶ ଶକ୍ତିସ୍ମିତ ଦୁଇଟି ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲା ତଥା ରାଜ୍ୟର ଗୌରବର ଅଧିକାରୀ ହୋଇପାରିଛନ୍ତି।ଚଳିତ ମାସ ୧୪ ତାରିଖରୁ୧୬ ତାରିଖ ପର୍ଯ୍ୟନ୍ତ ୩୯ ତମ ଜାତୀୟ ଟାଇକୋଣ୍ଡୋ ଚାମ୍ପିୟାନଶିପ ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଓଡ଼ିଶା ରୁ ୨୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ରୁ ସାତ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି ପ୍ରତିଯୋଗୀତାରେ ପୁମସେ ଓ ଫାଇଟ ସବ ଜୁନିୟର ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇବାରେ ସଫଳ ହୋଇଛନ୍ତି।ଶ୍ରେୟାଶ ଙ୍କର ଏହି ସଫଳତା ହାସଲ ର ଖବର ପରେ ଢେଙ୍କାନାଳର କ୍ରୀଡାପ୍ରେମୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯିବା ସହ ଢେଙ୍କାନାଳ ମାଟିର ପୁଅ ଦୁଇଟି ସ୍ଵର୍ଣ ପଦକ ପାଇ ଇତିହାସ ରଚିଲେ ବୋଲି ସହରରେ ଚର୍ଚ୍ଚା ଜୋରଧରିଛି।

Leave A Reply

Your email address will not be published.