Webportal

ଥଣ୍ଡାର ଆନନ୍ଦ ନେବାକୁ ଦାରିଙ୍ଗବାଡିରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼, ବିନା ଅନୁମତିରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର ରଖିବା ଜରୁରୀ

0 291

ଏବେ ଶୀତ ଋତୁ।ଶୀତର ମଜା ନେବାସହ ସୁଦର ପ୍ରାକୃତିକ ମନୋରମ ପରିବେଶ ସହ ନିଜକୁ ହଜାଇ ଦେବାଲାଗି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଦାରିଙ୍ଗବାଡିରେ।ତା’ସହ ଆଦିବାସୀଙ୍କ ସହ ସେଲଫି ମଧ୍ୟ ଉଠାଉଛନ୍ତି ବିଦେଶୀ ପର୍ଯ୍ୟଟକ।ପ୍ରତିଦିନ କିଛି ନା କିଛି ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ଏଠାକୁ।ଆଦିବାସୀଙ୍କ ଗାଡିଚାଳନା ଓ କଥାବାର୍ତ୍ତାକୁ ପକ୍ଷରୁ ନିରୀକ୍ଷଣ କରୁଛନ୍ତି।ଗତ ୨୦୧୨ରେ ୨ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ମାଓବାଦୀ ମାନେ ଅପହରଣ କରିବା ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହେବାସହ ବିଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଥରିଥିଲା।ଏହାକୁ ନେଇ ସରକାର ମଧ୍ୟ ଅଡୁଆରେ ପଡିଯାଇଥିଲେ।ବିଦେଶୀ ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡି କିମ୍ବା ଅନ୍ୟ ଆଦିବାସୀ ଇଲାକାକୁ ଆସିବା ଉପରେ କଟକଣା ମଧ୍ୟ ଲଗାଇଥିଲେ।ଏହାର ପ୍ରଭାବରେ ବିଦେଶୀ ପର୍ଯ୍ୟଟକ ଆସିବା କିଛି ବର୍ଷ ଧରି ବନ୍ଦ ଥିଲା।ହେଲେ ଏବେ ପୁଣି ଗତ ୨/୩ ବର୍ଷ ହେଲାଣି ଦାରିଙ୍ଗବାଡିକୁ ଆସୁଛନ୍ତି ବିଦେଶୀ ପର୍ଯ୍ୟଟକ।ଆଦିବାସୀଙ୍କ ବସ୍ତିକୁ ଯାଉଛନ୍ତି, ସେଲଫି ଉଠାଉଛନ୍ତି।ଏଥିପାଇଁ ସେମାନେ ପୋଲିସକୁ କିଛି ଜଣାଉନାହାନ୍ତି କି ଅନୁମତି ନେଉନାହାନ୍ତି।ଇଟାଲୀ ପର୍ଯ୍ୟଟକ ମାନେ ବିନା ଅନୁମତିରେ ଆସୁଛନ୍ତି।କିଛି ଅଘଟଣ ଘଟି ଚେତା ପଶିବା ପୂର୍ବରୁ ପୋଲିସ ର ସତର୍କ ଦୃଷ୍ଟି ରଖିବା ଜରୁରୀ ହୋଇପଡ଼ିଛି।

Leave A Reply

Your email address will not be published.