Webportal

ଟଳିଲା ବିଦ୍ୟୁତ ଉତ୍ପାଦନ ବାଧା ହେବାର ଭୟ,ପ୍ରଶ୍ନ ରହିଗଲା ସମସ୍ୟା ସମାଧାନ ର ଆନ୍ତରିକତା ଉପରେ

0 234

ଅନ୍ତ ଘଟିଛି ଏନଟିପିସି ରୁ ବିଜୁଳି ଉତ୍ପାଦନ ବନ୍ଦ ହେବାର ଡର ର ଯାହା ଫଳରେ ସାରା ଦେଶକୁ ବିଦ୍ୟୁତ ଯୋଗାଣ ବାଧା ପ୍ରାପ୍ତ ହୋଇଥାନ୍ତା। ଶେଷରେ ବିଜେପି ପକ୍ଷରୁ ତାଳଚେର ସ୍ଥିତ ଏମ ସି ଏଲ ଭରତପୁର ଖଣିରେ ଦୁର୍ଘଟଣା ଘଟି ଚାରିଜଣଙ୍କ ମୃତ୍ୟୁ ପରେ ସମସ୍ତ ପ୍ରକାର କୋଇଲା ପରିବହନ ଓ ଖଣିବନ୍ଦ କରି ଚାଲିଥିବା ଆନ୍ଦୋଳନ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ସହ ଆଲୋଚନା ଶେଷରେ ମିଳିଥିବା ପ୍ରତିଶୃତି ପରେ ଶେଷ ହୋଇଛି ଯାହା ଫଳରେ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର କୁ ଉତ୍ପାଦନ ପାଇଁ ଆବଶ୍ୟକୀୟ କୋଇଲା ମିଳି ପାରିବ। ଜିଲ୍ଲାପାଳ ଦେଇଥିବା ମୁଖ୍ୟ ପ୍ରତିଶ୍ରୁତି ହେଲା କୋଇଲା ଖଣି ରେ କୌଣସି ଦୁର୍ଘଟଣା ଘଟିଲେ ପିଡ଼ିତଙ୍କୁ ତୁରନ୍ତ କ୍ଷତିପୂରଣ ମିଳିବ, ସମସ୍ତ କୋଇଲା ଖଣି ରେ ଦୁର୍ଘଟଣା ପ୍ରବଣ ବା ଅସୁରକ୍ଷିତ ଅଞ୍ଚଳ ଚିହ୍ନଟ କରି ସୁରକ୍ଷିତ କରା ଯିବା ଯାଏ ସେଠାରେ କାମ ବନ୍ଦ କରିବା ଓ ଭରତପୁର ଦୁର୍ଘଟଣା ର ଉଚସ୍ତରୀୟ ତଦନ୍ତ କରାଇ ଦୋଷୀଙ୍କୁ ଦଣ୍ଡ ବ୍ୟବସ୍ଥା କରାଇବା। କିନ୍ତୁ ଏକ ପ୍ରଶ୍ନ ଯାହାର ଉତ୍ତର ଦେବାକୁ କାହାର ଆନ୍ତରିକତା ନାହିଁ ତାହା ହେଲା ବର୍ଷ ବର୍ଷ ଧରି କୋଇଲା ଖଣି ସବୁ ଚାଲି ଆସୁଅଛି ଓ ଏହାର ଦାଇତ୍ୱ ରେ ଅଛନ୍ତି ଉଚ୍ଚ ଶିକ୍ଷିତ ପ୍ରଶାସନିକ ଓ କୋଇଲା କମ୍ପାନୀ ଅଧିକାରୀ ଏବଂ ଖଣି ଗୁଡିକରେ ରାଜନୈତିକ ଦଳ ମାନଙ୍କର ସଙ୍ଗଠନ ମଧ୍ୟ ଅଛି ଯେଉଁମାନେ ଖଣିର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଥାନ୍ତି, ତାହା ହେଲେ କଣ ପାଇଁ ଦୁର୍ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଆଦିକୁ ଗୁରୁତ୍ୱ ଦିଆଯାଉଛି ଏବଂ ପରିସ୍ଥିତି ସ୍ୱାଭାବିକ ଥିବା ବେଳେ ଗୁରୁତର ଭାବେ ଏ ସବୁ ଦିଗକୁ ଦେଖା ଯାଉ ନାହିଁ। ତାହା ହେଲେ ଏ କଣ ଉପରୋକ୍ତ ସମସ୍ତଙ୍କର ଢିଲା ମାନସିକତା ର ପରିଚୟ ନା
ଖରାପ ପରିସ୍ଥିତି ଆସିଲେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାର ଲୋକ ଦେଖାଣିଆ ଅଭିନୟ୍ଯ। ଏବେ ଦେଖିବାକୁ ରହିଲା କେବେ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ପୁରା ହେଉଛି ନା ଫାଇଲ ଭିତରେ ରହିଯାଉଛି।

Leave A Reply

Your email address will not be published.