Webportal

ଝାରସୁଗୁଡା ରେ ସପିଙ୍ଗ ମଲ ଖୋଲିବା ଅନୁମତି କୁ ନେଇ ଉଠିଲା ପ୍ରଶ୍ନ

0 373

କରୋନା ସଂକ୍ରମଣ ଦିନ ପରେ ଦିନ ବଢି ଚାଲିଥିବା ସମୟରେ ଝାରସୁଗୁଡା ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିପରୀତ ସପିଙ୍ଗ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତାଲା ବନ୍ଦ ସମୟରେ କୌଣସି ସପିଙ୍ଗ ମଲ ରାଜ୍ୟରେ ନାହିଁ ବୋଲି ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ ଭାବରେ ଘୋଷଣା କଲେ। କିନ୍ତୁ ଏହା ବିପରୀତ ଝାରସୁଗୁଡା ଜିଲ୍ଲାପାଳ ଆଜିଠାରୁ ଜିଲ୍ଲାରେ ସମସ୍ତ ସପିଂ ମଲ ଖୋଲିବା ପାଇଁ ଅନୁମତି ଦେଲେ।ଏହା ମହା ଆଶ୍ଚର୍ଯ୍ୟର ବିଷୟ।ରାଜ୍ୟ ସରକାରଙ୍କ କଟକଣାକୁ ଝାରସୁଗୁଡା ଜିଲ୍ଲାପାଳ କୋହଳ କରିବା ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ। ସପିଙ୍ଗ ମଲ ଗୁଡ଼ିକରେ ଭିଡ଼ ଜମିଲେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ। ଜିଲ୍ଲା ପ୍ରଶାସନ କୁ ଏହି ନିଷ୍ପତିର ସମୀକ୍ଷା କରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.