Webportal

ଜୀବନରକ୍ଷା କବଚ ଭାବେ ହେଲମେଟ ବ୍ୟବହାରକୁ ଅଭ୍ୟାସରେ ପରିଣତ କରିବାର ଆବଶ୍ୟକତା, ବିନା ହେଲମେଟ ରେ ଦୁଇଚକିଆ ଚାଳନା ନେଲା ଆଉ ଏକ ମୂଲ୍ୟବାନ ଜୀବନ

0 278

ଯୁବକ ଜଣକ ହେଲମେଟ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇଥାନ୍ତେ।ଅନୁଗୁଳ ସହରର ଗାନ୍ଧୀମାର୍ଗରେ ସ୍କୁଟିରୁ ପଡି ଯୁବକ ମୃତ।ସେ ହେଲେ ବିକାଶ ଅଗ୍ରୱାଲ ଯିଏ ଅନୁଗୁଳ ଅଗ୍ରସେନ କଲୋନୀର ବାସିନ୍ଦା।ମିଳିଥିବା ସୂଚନା ଅନୁଯାୟୀ ବିକାଶ ଅନ୍ୟ ଜଣେ ଯୁବକଙ୍କ ସହ ସ୍କୁଟିରେ ଏକ ଘରୋଇ ବ୍ୟାଙ୍କରୁ ଫେରୁଥିବା ବେଳେ ଗାନ୍ଧୀ ମାର୍ଗରେ ଥିବା ହମ୍ପସ ପାଖରେ ଆଗ ବ୍ରେକ ମାରି ଦେବାରୁ ଭାରସାମ୍ୟ ହରାଇ ପଡି ଯାଇ ମୁଣ୍ଡରେ ଆଘାତ ପାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଅଚେତ ଅବସ୍ଥାରେ ତାଙ୍କୁ ତୁରନ୍ତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.