Webportal

ଜାମ୍ମୁ କାଶ୍ମୀର ଗସ୍ତ କରି ନ ପାରି ଫେରିଲା ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ

0 238

ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ଉଠିବା ପରେ ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୧ ଜଣିଆ ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ ଗତକାଲି ରାଜ୍ୟ ପ୍ରଶାସନର ବାରଣ ସତ୍ତ୍ୱେ ସେଠାକୁ ଗସ୍ତରେ ଯାଇ ପହଞ୍ଚିଥିଲେ।କିନ୍ତୁ ସେମାନଙ୍କୁ ସୁରକ୍ଷା କାରଣରୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆ ଯାଇଛି।ଏହି ପ୍ରତିନିଧି ମଣ୍ଡଳରେ ତାଙ୍କ ସହିତ ଆନନ୍ଦ ଶର୍ମା, ଗୁଲାମମଦି ଆଜାଦ, ସିପିଆଇର ଡି.ରାଜା, ସିପିଏମ ର ସୀତାରାମ ୟେଚୁୁରୀ,ଏନସିିପିର ମାଜିଦ ମେନନ, ଆରଜେଡି ର ମନୋଜ ଝା ପ୍ରମୁଖ ସାମିଲ ହୋଇଥିଲେ।ସମସ୍ତ ବିରୋଧୀ ଦଳର ନେତାମାନେ ରାଜ୍ୟପାଳଙ୍କ ନିମନ୍ତ୍ରଣ ସତ୍ତ୍ୱେ ତାଙ୍କୁ ବାରଣ କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।

Leave A Reply

Your email address will not be published.