Webportal

ଗୁଳି ଫୁଟାଇ ଡକାୟତି ଉଦ୍ୟମ ପଣ୍ଡ

0 334

ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ସାପ୍ତାହିକ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିବା ସମୟରେ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ୟୁନିକର୍ଣ ବାଇକରେ ଆସି ସେ କିଛି ବୁଝିବା ପୂର୍ବରୁ ଦୁର୍ବୁତ୍ତମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଏକ ଭୁଜାଲି ରେ ତାଙ୍କର ଦୁଇ ହାତକୁ ହାଣି ଦେଇଥିଲେ ମଧ୍ୟ କୌଣସି ଲୁଟପାଟ କରିବାକୁ ସକ୍ଷମ ହୋଇ ନ ଥିଲେ। ବିପିନ ବଅଁରପାଳ ବ୍ଲକ ବଳରାମପ୍ରସାଦ ଗ୍ରାମ ପାଟଣା ସାହିର ବୋଲି ଜଣା ପଡ଼ିଛି। ସ୍ଥାନୀୟ ଲୋକେ ବିପିନଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତି କରିଥିଲେ।

Leave A Reply

Your email address will not be published.