Webportal

କେନ୍ଦୁଝର ରେ ସେକ୍ସ ରାକେଟ ଠାବ, ପାଞ୍ଚ ଯୁବତୀ ଉଦ୍ଧାର

0 319

କେନ୍ଦୁଝର ସହରରେ ଶୁକ୍ରବାର ରାତିରେ ଏକ ସେକ୍ସ ରାକେଟ ଠାବ ହୋଇଛି ।କୌଣସି ସୂତ୍ର ରୁ ଖବର ପାଇ ଟାଉନ ଥାନା ପୋଲିସ୍ ଏକ ଭଡା ଘରେ ଛାପା ମାରି ଛଅ ଜଣ ଓଡିଆ ଯୁବକ ଙ୍କ ସହ ପାଞ୍ଚ ଜଣ ଅଣ ଓଡିଆ ଝିଅ ଙ୍କୁ ଗିରଫ କରି ଟାଉନ ଥାନା ରେ ପଚରା ଉଚୁରା କରି ତଦନ୍ତ ଯାରି ରଖିଛି ।ଗିରଫ ହୋଇଥିବା ଠାକୁରପାଟଣା ଗ୍ରାମ ର ବ୍ରଜକିଶୋର ସାହୁ,କଲେଜ ରୋଡ଼ ର ଅଶ୍ୱିନୀ କୁମାର ନାୟକ,ମାର୍କେଟ ର ପ୍ରଭାତ ଦାସ ,ଗୋପୀନାଥ ଚୌଧୁରୀ , ଶିବସଙ୍କର ଦେ ଏବଂ ଜୟଦୀପ୍ତ ସାହୁ ଙ୍କୁକୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ଦଶଟି ମୋବାଇଲ ଫୋନ, ନଗଦ ୭୫୦୦ ଟଙ୍କା, କଣ୍ଡମ ଏବଂ ଶକ୍ତିବର୍ଧକ ଟାଵଲେଟ ଜବତ କରାଯାଇଛି।

Leave A Reply

Your email address will not be published.