Webportal

କଂଗ୍ରେସ ପକ୍ଷରୁ ଅନୁଗୁଳ ସହର ବନ୍ଦ ଡାକରା

0 474

ଆଜି ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଂଜ୍ଞପ୍ତି ଜାରିକରି ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଥିବା ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି ଯେ ଜିଲ୍ଲା କଂଗ୍ରେସ କମିଟି କରୋନା ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଥିଲେ।ଯେଉଁଥିରେ ମୁଖ୍ୟ ଦାବି ଥିଲା ଅନୁଗୁଳ ସହରରେ ଶିଳ୍ପ ସଂସ୍ଥା ମାନଙ୍କ ବସ ଚଳାଚଳ ବନ୍ଦ, ଶିଳ୍ପ ସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା, ଶିଳ୍ପ ସଂସ୍ଥା ପକ୍ଷରୁ ଅନୁଗୁଳ ସହର ସାନିଟାଇଜ କରିବା ଓ ଶନିବାର ରବିବାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବା ଆଦି।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଚେତାବନୀ ପତ୍ର ମଧ୍ୟ ଦିଆଯିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା।କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଦଳ ଅନୁଗୁଳ ସହର ବନ୍ଦ ଡାକରା ଦେଇଛି।

ଏହି ବନ ସମୟରେ ମେଡିକାଲ ସମ୍ବଧିୟ ସେବା, ପନିପରିବା, ଫଳ, କ୍ଷୀର ଓ ରାସନ ଦୋକାନ ଆଦି ଜରୁରୀ ସେବା ଚାଲୁ ରହିବ।ଏହା ସହିତ ଗଣମାଧ୍ୟମ ଜରିଆରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

ଏଠି ଆମେ କହିବାକୁ ଚାହୁଁଛୁ ଯେ କରୋନା ସଂକ୍ରମଣର ଚେନ ରୋକିବା ପାଇଁ ଶନିବାର ଓ ରବିବାର ସଟଡାଉନ କରାଯାଉଥିବାରୁ ଏହି ଦୁଇ ଦିନ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯିବା ନେଇ ଅନୁମତି ମିଳିବା କଷ୍ଟକର।

ଆମେ କିଛି ସହରବାସୀଙ୍କ ପ୍ରତିକ୍ରିୟା ନେଇଥିଲୁ।ସେମାନେ ମଧ୍ୟ କିଛି ମାତ୍ରାରେ ଦାବି ଗୁଡିକ ସହ ସହମତ।କିନ୍ତୁ ସେମାନେ ଆଶାବାଦୀ ଯେ ଦଳର କର୍ମୀମାନେ ବନ୍ଦ ସମୟରେ ଅହିଂସାର ରାସ୍ତା ଆପଣେଇବେ ଏବଂ ପୂର୍ବ କିଛିଥର ପରି ଛୋଟମୋଟ ଅପ୍ରୀତିକର ଘଟଣା ଘଟିବ ନାହିଁ।

Leave A Reply

Your email address will not be published.