Webportal

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭିଯୋଗ

0 220

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ।ଆଟେଣ୍ଡାଣ୍ଟ ଦେଉଛି ସାଲାଇନ,ତାହା ପୁଣି ନିଶାସକ୍ତ ଅବସ୍ଥାରେ ।ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ରୁ । ଅଭିଯୋଗ ଅନୁଯାୟୀ ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମର ଶିବାଶିଷ ହୋତାଙ୍କ ମା ନଳିନୀ ହୋତା (୭୯ବର୍ଷ) ପଡ଼ିଯିବାରୁ ଆଘାତ ପ୍ରାପ୍ତ ହୋଇଥିଲେ ।ତେଣୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ କେବିନରେ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା ।ମାତ୍ର ବିଡ଼ମ୍ବନାର ବିଷୟ ଯେ ଗତକାଲି ରାତିରେ ନଳିନୀଙ୍କୁ ସାଲାଇନ ଦେବାର ଅଵଶ୍ୟକତା ପଡ଼ିଥିଲା ।ଏହି ସମୟରେ ଜଣେ ଆଟେଣ୍ଡାଣ୍ଟ ଆସି ସାଲାଇନ ଇଂଜେକ୍ଟ କରିବାରୁ ନଳିନୀଙ୍କ ହାତରୁ ରକ୍ତସ୍ରାବ ହୋଇଥିଲା ।ଏହା ଦେଖି ନଳିନୀଙ୍କ ପୁଅ ଶିବାଶିଷ ଓ ସମ୍ପର୍କୀୟ ଏହାକୁ ନେଇ ବାରଣ କରିଥିଲେ ।ଆଟେଣ୍ଡାଣ୍ଟ ଜଣକ ହାବଭାଵରୁ ସେ ନିଶାସକ୍ତ ଥିବା ଜାଣିବା ସହ ଘଟଣା ବିଷୟରେ ନର୍ସଙ୍କୁ ଅବଗତ କରାଇଥିଲେ ।ଏଭଳି ଘଟଣାର ଭିଡ଼ିଓ ସାମ୍ନାକୁ ଆସିବା ପରେ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ପଦାରେ ପଡିଛି ।

Leave A Reply

Your email address will not be published.