Webportal

ଆଜି ବି ଛୋଟଛୋଟ ପିଲାମାନେ ଚାଲିଚାଲି ପାଣି ପାରହୋଇ ସ୍କୁଲ ଯିବାକୁ ହେଉଛନ୍ତି ବାଧ୍ୟ

0 229

ଦେଶ ପାଇଁ ଘୋର ଲଜ୍ୟାର ବିଷୟ।ସ୍ୱାଧୀନତା ର ୭୨ ବର୍ଷ ପରେ ବି ଆଜି ଛୋଟ ଛୋଟ ପିଲା ଚାଲି ଚାଲି ନାଳ ପାର ହୋଇ ସ୍କୁଲ କୁ ପାଠ ପଢିବା ପାଇଁ ଯାଉଛନ୍ତି।ଏବେ ବର୍ଷାଦିନ କାରଣରୁ ନଦୀରେ ଛାତିଏ ଉଚ୍ଚର ପାଣି ଚାଲୁଥିବା ବେଳେ ଜଣେ ଶିକ୍ଷକ ସ୍କୁଲ ଯାଉଥିବା ପିଲାଙ୍କୁ ବୋହିକରି ନଦୀ ପାର କରାଇ ନେଉଥିବାର ଦୃଶ୍ୟ ସାମନାକୁ ଆସିଛି।ଏ ଘଟଣା ହେଉଛି ଅନୁଗୁଳ ଜିଲ୍ଲା ପାଲହଡା ବ୍ଲକ ଅନ୍ତର୍ଗତ ବର୍ହାକୁଦ ଗାଁ ର ଯେଉଁଠି ଚିରସ୍ରୋତା ନୁଢେଇ ନାଳ ଉପରେ ପୋଲ ନ ଥିବାରୁ ଦେଶର ଭବିଷ୍ୟତ ମାନେ ଏପରି ପରିସ୍ଥିତି ରେ ନିଜକୁ ଗଢୁଛନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ ଉକ୍ତ ସମସ୍ୟା ର ସମାଧାନ ପ୍ରତି କୌଣସି ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନେ ଆଜି ପର୍ଯ୍ୟନ୍ତ ନିଜର ଇଛାଶକ୍ତି ଦେଖାଇ ନାହାନ୍ତି କାହିଁକି।ଜଣେ ଶିକ୍ଷକ ନିଜର ଓ ପିଲାମାନଙ୍କର ଜୀବନକୁ ବାଜି ଲଗାଇ ଗଭୀର ପାଣି ପାର କରାଉଛନ୍ତି କାହିଁକି, ଯଦି କିଛି ଅଘଟଣ ଘଟେ ତେବେ ଅଭିଭାବକ ମାନଙ୍କର ଅବସ୍ଥା କଣ ହେବ ସେ ଶିକ୍ଷକ ଚିନ୍ତା କରିଛନ୍ତି କି।

Leave A Reply

Your email address will not be published.