Webportal

ଆଜି ଅନୁଗୁଳ ଜିଲ୍ଲାରେ ୬ କରୋନା ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ: ଜଣେ ମୃତ

0 320

ଆଜି ଅନୁଗୁଳ ଜିଲ୍ଲାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ ରେ ପହଁଚିଲା।ଛେଣ୍ଡିପଦା ବ୍ଲକ ଅଂଚଳର ଜଣେ ମହିଳା ଯାହାଙ୍କ ସମ୍ପର୍କ ଗଞ୍ଜାମ ଫେରନ୍ତାଙ୍କ ସହ ଥିଲା ଓ ଅନୁଗୁଳ ପୌରପାଳିକା ୫ଜଣ ହୋମ କ୍ୱାରେଣ୍ଟଟାଇନ ରେ ଥିବା ଗଞ୍ଜାମ ଫେରନ୍ତା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯିବ। ଜିଲ୍ଲାରୁ ଆଉ ୧୦ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।ଜିଲ୍ଲାରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୦୯ ରେ ପହଂଚିଲା।ତାଳଚେର ବ୍ଲକ ଅଞ୍ଚଳର ଜଣେ ୬୬ ବର୍ଷୀୟ କର୍କଟ ରୋଗ ଆକ୍ରାନ୍ତ ପୁରୁଷ ଭୁବନେଶ୍ୱର ଏଆଇଆଇଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ କରୋନା ପଜିଟିଭ ହେଇଥିଲେ ଯାହାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ଏହା ଜିଲ୍ଲାରେ ଦ୍ଵିତୀୟ କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ। ଏ ସମସ୍ତ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Leave A Reply

Your email address will not be published.