Webportal

ଆଜି ଅନୁଗୁଳ ଜିଲ୍ଲାରୁ ୫ ଆକ୍ରାନ୍ତ ଚିହ୍ନଟ:ନିଜ ଜୀବନ ରକ୍ଷା ନିଜ ହାତରେ, ସଚେତନ ରୁହନ୍ତୁ

0 338

ଆଜି ଅନୁଗୁଳ ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୨୫୯ ରେ।ଆଜି ଚିହ୍ନଟ ମାନଙ୍କ ମଧ୍ୟରେ ଜଣେ ଅନୁଗୁଳ ପୌରପାଳିକା ଅଞ୍ଚଳରୁ ଓ ଚାରି ଜଣ ବନରପାଲ ବ୍ଲକ ରୁ ଅଛନ୍ତି।ଆଜି ବାହାରିଥିବା ପଜିଟିଭ ମାନଙ୍କ ମଧ୍ୟରେ ଜଣେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଓ ଅନ୍ୟମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ
ଆସି ପଜିଟିଭ ହୋଇଥିବା ଜଣାପଡିଛି।ଚାରିଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ପଜିଟିଭ ବାହାରିଥିବା ଅଞ୍ଚଳକୁ ବିଶୋଧନ କରାଯିବା ସହ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ।ଇତି ମଧ୍ୟରେ ୧୪ ଜଣ ସୁସ୍ଥ ହୋଇଛନ୍ତି ଯାହାକୁ ମିଶାଇ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୧୬୩ ରେ ପହଂଚିଲା।

Leave A Reply

Your email address will not be published.