Webportal

ଆଜିର ଅନୁଗୁଳ ଜିଲ୍ଲାର କରୋନା ସମ୍ପର୍କିତ କିଛି ଘଟଣାକ୍ରମ

0 383

ଆଜି ଅନୁଗୁଳ ଜିଲ୍ଲାର ଶାବଳଭଙ୍ଗା ଗ୍ରାମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁଗୁଳ ଶାଖା ପକ୍ଷରୁ କିଛି ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ଜିଲ୍ଲାର ୮ଟି ବ୍ଲକରେ ଖୋଲାଯାଇଥିବା୧୧୦ ଟି କ୍ୟାମ୍ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୩୧୦ ଜଣଙ୍କୁ ଆଜି ଖାଦ୍ୟ ଯୋଗାଇ ଦିଆଯାଇଛି।

ଜିଲ୍ଲାର ୨୨୫ ଟି ଗ୍ରାମ ପଞ୍ଚାୟତ ରେ ଯୋଜନା ମୁତାବକ ସମସ୍ତ ଦରକାରୀ ସୁବିଧା ସହ ୨୨୫ ଟି ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରସ୍ତୁତ ହୋଇଛି।ଆବଶ୍ୟକ ଥିବା ୯୦୪୦ ଶଯ୍ୟାରୁ ୩୪୨୨ ଶଯ୍ୟା ପ୍ରସ୍ତୁତ ହୋଇଥିବା ବେଳେ ଅବଶିଷ୍ଟ ଶଯ୍ୟା ଅପ୍ରେଲ ୧୦ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବାର ଯୋଜନା ରହିଛି।

ଆଜି ସୁଦ୍ଧା ଜିଲ୍ଲାର ୮୯୪୦୨ ପରିବାରଙ୍କୁ
ପିଡିଏସ ସାମଗ୍ରୀ ବଣ୍ଟନ କରାଯାଇଛି।

Leave A Reply

Your email address will not be published.