Webportal

ଅନୁଗୁଳ ସହରରେ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ

0 1,290

ଅନୁଗୁଳ ସହର ମଧ୍ୟରେ ସଡକ ଦୁର୍ଘଟଣାରେ ଗଲା ଆଉ ଜଣଙ୍କର ଜୀବନ। ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ କଣ୍ଟେନର ଧକ୍କା ଦେବା ଫଳରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଯିଏ ଆଜି ତାଙ୍କ ସ୍କୁଟିରେ ରବିବାର ହାଟରୁ ପରିବା ଧରି ଥାନା ଛକ ଅତିକ୍ରମ କରୁଥିବା ବେଳେ ତାଙ୍କୁ ଜାତୀୟ ରାଜପଥ ଉପରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଉପରେ ଟାୟାର ଜାଲି ରାସ୍ତା ଅବରୋଧ କରିଛନ୍ତି । ବାରମ୍ବାର ସହର ଭିତରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଦିନ ବୁଢୀ ଠାକୁରାଣୀ ଛକରେ ଟ୍ରକ ଚାପାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.